ବକଡାବେଡା ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ ସଭା ବୈଠକ ଅନୁଷ୍ଠିତ
ଝରୀଗାଁ, ୨୮/୧୦ ( ନକୁଳ ଭାତ୍ରା) : ଝରିଗାଁ ବ୍ଲକ ବକଡାବେଡା ଗ୍ରାମ ପଞ୍ଚାୟତ ରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (PPC )25/26 ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଅନେକ ଲୋକ ଉପସ୍ଥିତ ଥିଲେ l ପି ଇ ଓ ସୁଧାର ବେହେରା ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା , ଦେନାଥ ବଞ୍ଜରା ବକଡାବେଡା ସରପଞ୍ଚ ଚୈତୁ ଭତରା, ଯୋଗାଣ ସହାୟକ ସୋରଜ କୁମାର ଉପସ୍ଥିତ ଥିଲେ। ପଞ୍ଚାୟତ ର ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ଯଥା ବକଡାବେଡା ଟ୍ରେଞ୍ଚ,2 ଗୋଟି ମଝିଆ ଟ୍ରେଞ୍ଚ, 2 ଗୋଟି ର ନିର୍ମାଣ, କରିବାକୁ ଆଲୋଚନା କରିଥିଲେ। ଉକ୍ତ ବୈଠକ ରେ ନୂତନ ଅନ୍ତଦ୍ୟୋୟ ଗୃହ ଯୋଜନା ରେ ବକଡାବେଡା ରେ 4 ଗୋଟି ଏବଂ ମଝିଆ ରେ 2 ଗୋଟି ତା ସହିତ MGNREGA ର କାଯ୍ୟ,CFC, SFC, କାଯ୍ୟ ବିଷୟରେ ଆଲୋଚନା କରା ଗଲା