ପାରମ୍ପରିକ ମଣ୍ଢେଇ ପରିଆ ଠାରେ ଅନୁଷ୍ଠିତ ହୋଇଯାଇଛି
ଝରିଗାଁ, ୨୮/୧୦ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ୍ ଚାଟିଗୁଡି ଗ୍ରାମ ପଞ୍ଚାୟତ ଅଧିନ ପରିଆ ଗ୍ରାମରେ ପାରମ୍ପରିକ ମଣ୍ଢେଇ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଗ୍ରାମର ଠାକୁରାଣୀ, ବୁଡାରାଜା, ପେନ୍ଡ୍ରାଣୀ, ଗାଦୀମାୟକୁସୁମା ସୁନ୍ଦରୀ, ଘାଟଗାସିଆଣୀ, ଅର୍ଜୁନ ଭୀମା, ଦେବାଦବୀଙ୍କ ପ୍ରତୀକା ଲାଠି କୁର୍ଚି ଯୋଗଦେଇଥିଲେ ,ଯଥା ଜାମଗୁଡା, ବିଜାପୁର, ବକଡାବେଡା,ସମେତ ଗ୍ରାମର ପୂଜକ ଲାଠି ଧରୁ, କୁର୍ଚ୍ଚୀ, ବୋହୂ ଶିରା, ପୂଜାରୀ ଯୋଗଦେଇ ମଣ୍ଡେଇ ପରିକ୍ରମା କରିଥିଲେ ।ପରିଆ ଗ୍ରାମବାସୀ ତଥା ମୂଖ୍ୟ ପୂଜକ ବୁଦ୍ରା ପୂଜାରୀ, ଜଗବନ୍ଧୁ ପୂଜାରୀ,ଙ୍କ ନିମନ୍ତ୍ରଣ ପ୍ରକାରେ ପୂଜାରି,, ମାଝୀ, ଗାଉଁନ୍ତିଆ, ରହିତ,ଯୋଗ ଦେଇ ମଣ୍ଡେଇ ପରିକ୍ରମା କରିଥିଲେ । ରାତିରେ ଦର୍ଶକ ମାନଙ୍କ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି l ମଣ୍ଡେଇ ପରିକ୍ରମାରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇ ଥିବା ବେଳେ ଉକ୍ତ ମଣ୍ଡେଇ ପଡିଆରେ ବହୁ ଦୋକାନ ବଜାର ବସି ଲୋକାରଣ୍ୟ ହୋଇ ଉତ୍ସବ ମୁଖର ହୋଇ ଉଠିଥିଲା l ମଣ୍ଡେଇ କମିଟି ଦ୍ଵାରା ସେଠାରେ ବେଶ୍ ସୁନ୍ଦର କାର୍ଯ୍ୟକ୍ରମ ଚାଲୁ ରହିଛି l