Hot Posts

6/recent/ticker-posts

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍ ଅଭିଯୋଗ

ଡାବୁଗାଁ, ୨୯/୧୦ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅଧିନ ଛେରାଗୁଡ଼ା ଗ୍ରାମ ନିକଟ ରାସ୍ତା ଉପରେ ମଙ୍ଗଳବାର ସକାଳ ୧୦ ଘ. ସମୟରେ କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଟି ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ନେଇ ମଙ୍ଗଳବାର ଅପରାହ୍ନରେ ଡ଼ାବୁଗାଁ ଥାନାରେ ଅଭିଯୋଗ ହୋଇଛି। ସୂଚନଯୋଗ୍ୟ ଡ଼ାବୁଗାଁ ବ୍ଲକ ଅଧିନ ବଡଓଲମା ଗ୍ରାମର ବସନ୍ତ ବିଷୋୟୀ (୩୩) ଜବାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ କିଓସ୍କ ବ୍ୟାଙ୍କକୁ ମଙ୍ଗଳବାର ସକାଳ ପ୍ରାୟ ୧୦ଘ ସମୟରେ ଯାଉଥିବା ବେଳେ ବଡଓଲମା- ଜବାଗୁଡା ମୁଖ୍ୟ ରାସ୍ତାର ଛେରାଗୁଡ଼ା ଗ୍ରାମ ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ବସନ୍ତଙ୍କୁ ଅଟକାଇ ଆଖିରେ ଲଙ୍କାଗୁଣ୍ଡ ମିଶା ପାଣି ସ୍ପ୍ରେ କରି ତାଙ୍କ ପାଖରେ ଥିବା ୩ଟି ଲାପଟପ୍ ଓ ୧ ଲକ୍ଷ୧୮ ହଜାର ଟଙ୍କା ଲୁଟିନେଇ ଥିଲେ | ଏନେଇ ବସନ୍ତ ଡ଼ାବୁଗାଁ ଥାନାରେ ଏତଲା ଦେଇଛନ୍ତି |