କନ୍ଧମାଳ, ୧୪/୧୦ (ଅଚ୍ୟୁତ ଜାନୀ) : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି କାର୍ଯ୍ୟାଳୟଠାରେ କନ୍ଧମାଳ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ଆୟୋଜନ କରାଯାଇଥିଲା । କନ୍ଧମାଳ ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କ ପାଇଁ ପ୍ଲେସମେଣ୍ଟ ଲିଙ୍କେଡ୍ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଟ୍ରେନିଂ ପାର୍ଟନରମାନେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଚେରିଟେବଲ୍ ଟ୍ରଷ୍ଟ, ଡାଟାପ୍ରୋ କମ୍ପ୍ୟୁଟର, ଗ୍ୟାଲାକ୍ସି କମ୍ପ୍ୟୁଟର, ବିଜ୍ଞାନ ଭାରତୀ ଚେରିଟେବଲ୍ ଟ୍ରଷ୍ଟ, ଉପାସନା ଏଜୁକେସନ୍ ଟ୍ରଷ୍ଟ, ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସିଆଲ୍ ସେକ୍ଟର୍ ସ୍କିଲ୍ କାଉନସିଲ୍ ଓ ଭିକ୍ଟସ୍ ଡାଇଙ୍ଗ୍ରର ଅଧିକାରୀମାନଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଅଧ୍ୟକ୍ଷ, ଆଇଟିଆଇ ଫୁଲବାଣୀ, ଯୁବ ପେସାଦାର ଓ ସିଏମ୍ ଦକ୍ଷତା ବିକାଶ ଫେଲୋମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।