ଶୋକ ସନ୍ତୋପ ପରିବାରକୁ ସମବେଦନା ଓ ଅଶ୍ରୁଳ ଶ୍ରଦ୍ଧାଞଳୀ ଜଣାଇଲା ଫ୍ରେଣ୍ଡସ୍ କ୍ଲବ
କନ୍ଧମାଳ, ୧୪/୧୦ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଡେହେଙ୍ଗି ଗ୍ରାମର ଶ୍ରୀରାମ ଦେହୁରୀଙ୍କର ବିଦ୍ୟୁତ ଆଘାତରେ ଅକାଳ ବିୟୋଗ ହୋଇଥିଲା । ଆଜି ତାଙ୍କର ଏକାଦଶାହ କାର୍ଯ୍ୟରେ ଖଜୁରୀପଡ଼ା ସ୍ୱେଚ୍ଛା ସେବୀ ଅନୁଷ୍ଠାନ ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ଆଲୋକ ପ୍ରଧାନଙ୍କ ନେତୃତ୍ବରେ ପହଞ୍ଚି ଶୋକ ସନ୍ତୋପ ପରିବାରକୁ ସମବେଦନା ଜଣାଇ କିଛି ସହଯୋଗ କରିବା ସହିତ ସ୍ୱର୍ଗତ ଆତ୍ମାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିରେ ଅଲୋକ ପ୍ରଧାନ ସମେତ ଉପସଭାପତି ସୁଧାଶୁଂ ବେହେରା,ସୁଶିଲ ବେହେରା ,ତରଣୀ ସେନ ମଲିକ ,ଶ୍ରୀକାନ୍ତ ପ୍ରଧାନ ,ପ୍ରଦୀପ ଦିଗାଲ ,ନୀଳମଣି ମାଝୀ ,ହରିଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।