Hot Posts

6/recent/ticker-posts

ମିଳିତ ଶାନ୍ତିବନ ଗିରିଗୋବର୍ଦ୍ଧନ ପୂଜା ଉତ୍ସବ ପାଳିତ

କର୍ଲାମୁଣ୍ଡା, ୨୩/୧୦ (ସୁଶାନ୍ତ ରଣା) : ଚଳିତ ବର୍ଷ ଶାନ୍ତିବନ ଗିରିଗୋବର୍ଦ୍ଧନ ମିଳିତ ଭାବେ ମସ୍କାଦାଣ୍ଡି, କୁଶୁର୍ଲା, ହଜାରୀପଡା, ଟେର୍ଚ୍ଚାପଳା, ଗୋବିନ୍ଦପୁର, ଯୋରାଡବରା ସହଯୋଗରେ ବହୁତ ଆଡମ୍ବରେ ପାଳିତ ହୋଇଯାଇଛି I ପ୍ରଥମ ଦିନରେ କଳସ ଯାତ୍ରା କରି ପୂଜାର୍ଚ୍ଚନା କରାଯାଇଥିଲା I ପରେ ସାଂସ୍କୃତିକ ପ୍ରତିଯୋଗିତା, କବି ସମ୍ମିଳନୀ ଓ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ କରାଯାଇଥିଲା I ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତୀ, ବିଶିଷ୍ଟ ସାହିତ୍ୟିକ ତଥା ଯୋଗଯାତ୍ରୀ ସହିତ ସଂସଦ ମ.ରାମପୁର ସଭାପତି ପଦ୍ମଲୋଚନ ମିଶ୍ର, ସ୍ତମ୍ଭକାର ହେମନ୍ତ ସାହୁ, ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲା ଅଧ୍ୟାପକ ଗଗନ ବିହାରୀ ମହାପାତ୍ର, ଯୁବ କଥାକାର ପ୍ରଶାନ୍ତ କୁମାର ଦାସ, ମ.ରାମପୁର ବନରକ୍ଷୀ ଲକ୍ଷ୍ମୀ ଦୋରା, ବନରକ୍ଷୀ ମଧୁସ୍ମିତା ଭୋଇ, ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ସଭାପତି ଟଙ୍କଧର ନାଏକ, ସମ୍ପାଦକ ତଥା ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ପ୍ରକୃତି ବନ୍ଧୁ ଲଳିତ ମୋହନ ଭୋଇ, ରୋହିତ ଭୋଇ, ସିଙ୍ଗମାଲ ଭୋଇ, କିରଣ ସାହୁ, ଯୁବ କବି ଉଦେୟ ନାଥ ଭୋଇ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ I