Hot Posts

6/recent/ticker-posts

କୁମ୍ଭୀର ଟାଣିନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ବରୀ, ୦୮ / ୧୦ ( ରଂଜିତ ମହାନ୍ତି ) : ବିଞ୍ଝାରପୁର ଥାନା ବରୀ ବ୍ଲକ୍ ଅନ୍ତର୍ଗତ ଖରସ୍ରୋତା ନଦୀର କନ୍ତିଆ ତୁଠରୁ ସୋମବାର କୁମ୍ଭୀର ଟାଣିନେଇଥିବା ମହିଳାଙ୍କ ମୃଦଦେହ ମିଳିଛି। ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମ ମହଲା ସାହିର ମହିଳା ସୌଦାମିନୀ ମହଲା (୫୭)ନଦୀକୁ ଶୌଚହେବାକୁ ଯାଇଥିଲେ ତାଙ୍କୁ କୁମ୍ଭୀର ଟାଣି ଯାଇଥିବାବେଳେ ନେଇଥୁଲା। ଏହାଦେଖ୍ ସ୍ଥାନୀୟ ଲୋକେ ବିଞ୍ଝାରପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚ୍ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲେ। ମଙ୍ଗଳବାର ସକାଳେ ଅଗ୍ନିଶମ କର୍ମଚାରୀମାନେ ମହିଳାଙ୍କ ମୃତଦେହ ପାଇଥିଲେ । ଖବର ପାଇ ବିଞ୍ଝାରପୁର ପୋଲିସ ପହଞ୍ଚୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଉକ୍ତ ନଦୀକୁ ସ୍ନାନ, ଶୌଚ ଓ ଅନ୍ୟ କାର୍ଯ୍ୟ ପାଇଁ ଯିବାକୁ ବିଞ୍ଜରପୁର ବନବିଭାଗ ପକ୍ଷରୁ ବାରଣ କରାଯାଇଛି। 


ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ