ଡାଞୁ ଗ୍ରାମର ଧର୍ମ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ।
କନ୍ଧମାଳ, ୨୮/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଡାଞୁ ଗ୍ରାମର ଧର୍ମ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଡାଞୁ ଗ୍ରାମରେ ନୂତନ ଭାବେ ନିର୍ମିତ ହୋଇଥିବା ଧର୍ମ ମଣ୍ଡପଟି ୨୭ ତାରିଖ ଦିନ ପ୍ରତିଷ୍ଠା ଉତ୍ସବ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ସକାଳେ କଳସ ସ୍ଥାପନ କରାଯାଇ ଯଥା ରୀତିନୀତି ଅନୁସାରେ ପୁରୋହିତ ଶ୍ରୀ ହାଡିବନ୍ଧୁ ମିଶ୍ର ହୋମ, ଯଜ୍ଞ ସମ୍ପନ୍ନ କରିଥିଲେ । ତଦ୍ ସହିତ ନାମ ସଙ୍କୀର୍ତ୍ତନ ପୂର୍ବାହ୍ନ ୧୦ ଘଣ୍ଟିକା ଠାରୁ ଅପରାହ୍ନ ୪ ଘଣ୍ଟିକା ପର୍ଯ୍ୟନ୍ତ କରାଯାଇଥିଲା । ନାମ ସଂକୀର୍ତ୍ତନରେ ଦଳପଡା (ଜାନୀ ସାହି), ବାଦେରି ପାଜୁ,ଦଳପଡା (ମଲିକ ସାହି) ,ବ୍ରଡିଗୁଡା,ଲେପାକୁମ୍ପା(ଜାନିସାହି), ଝାମ୍ପି,ଖେତାପାଜୁ, ଲମ୍ବାବାଡି ଓ ପିପଲ ପଡା ସମେତ ସମୁଦାୟ ୯ ଟି ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ପରିଚାଳନା କମିଟି ସଭାପତି ବରୁଣ ମଲିକ, ସମ୍ପାଦକ ସିକୁନ୍ଦ ମଲିକ ଉପଦେଷ୍ଟା ରମାକାନ୍ତ ମଲିକ, ଚିତ୍ତରଞ୍ଜନ ମଲିକ ସମେତ ମନୋଜ ମଲିକ, କମ୍ଭୁପାଣି ମଲିକ, ଯଶୋବନ୍ତ ମଲିକ,ଚନ୍ଦନ ମଲିକ,ରସବନ ମଲିକ,ଜନକ ମଲିକ,ଯୁଗଳ ମଲିକ,ବିବଛ ମଲିକ ଗ୍ରାମବାସୀ ସମସ୍ତେ ସହଯୋଗ କରିଥିଲେ ।