ଧାନ ବିଲ ନଷ୍ଟ କଲେ ହାତୀପଲ ଦୁଇଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ।
କନ୍ଧମାଳ, ୨୮/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣପାଦ ପଞ୍ଚାୟତ ବରଡାଖୋଲ ରେ ହାତୀ ନଷ୍ଟ କଲେ ଧାନ ବିଲ ବିଭାଗୀୟ ଅଧିକାରୀ ସାଜିଛନ୍ତି ନିରବଦ୍ରଷ୍ଟା । ସୂଚନା ପ୍ରକାରେ ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ବରଡାଖୋଲ ର କୁଟିସାହି ଠାରେ ଥିବା ଗ୍ରାମର ଲୋକନାଥ ପ୍ରଧାନ, କୀର୍ତ୍ତି ପ୍ରଧାନ ଓ ଭାଗଚାଷୀ ମିଲୁ ପ୍ରଧାନ ଙ୍କ ଧାନ ବିଲ ରବିବାର ରାତିରେ କିଛି ହାତୀ ଆସି ବିଲ ଗୁଡ଼ିକ ଖାଇବା ସହିତ ମାଡି ଦଳି ନଷ୍ଟ କରି ଦେଇଛନ୍ତି । ଏହି ବିଷୟରେ ଚକାପାଦ ବନବିଭାଗ ଅଧିକାରୀଙ୍କୁ ଜଣାଇ ଦୁଇଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଦାରଖ ଆସିନ ଥିବା କହିଛନ୍ତି ଚାଷୀମାନେ । ତେଣୁ ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ହାତୀପଲ ଘଉଡାଇବା ସହିତ ନଷ୍ଟ ହୋଇ ଥିବା ଚାଷ ବିଲ ହିତାଧିକାରୀମାନଙ୍କୁ ସରକାର ପକ୍ଷରୁ ସହଯୋଗ ରାଶି ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।