Hot Posts

6/recent/ticker-posts

ଶିଶୁ ପାଇଁ ବିପଜ୍ଜନକ ଭଙ୍ଗାକୂଅ .....

ଉମରକୋଟ, ୩୧/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନେଉରା ପଂଚାୟତ ଅଧୀନସ୍ଥ ନନ୍ଧିଗୁଡା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ପାଖରେ ଥିବା ଏକ ପୁରୁଣା କୂଅ ବର୍ଷେ ହେଲା ଭଙ୍ଗା ଅବସ୍ଥାରେ ପଡିଛି । ଏହାର ଚାରି ପାଖ ଖୋଲା ରହିଥିବାରୁ ଗାଁର ଛୋଟ ଶିଶୁ ଓ ଲୋକମାନେ ଯେ କୌଣସି ସମୟରେ ଦୁର୍ଘଟଣାରେ ପଡିବାର ଆଶଙ୍କ ରହିଛି । ଏ ସଂକ୍ରାନ୍ତରେ ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କୁ ବାରମ୍ଵାର ଅବଗତ କରିଛନ୍ତି। କିନ୍ତୁ ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ପ୍ରଶାସନ ତୁରନ୍ତ ଏହି କୂଅ ମରାମତି କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଯଦି ଏହାର ତୁରନ୍ତ ମରାମତି କରା ନ ଯାଏ ତେବେ ଗ୍ରାମବାସୀ ମିଳିତ ଭାବରେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି।