ବରୀ ତହସିଲ କାର୍ଯ୍ୟାଳୟରୁ ଖସି ପଡୁଛି ଗ୍ରାନାଇଟ, ନିଆଯାଉନାହିଁ ପଦକ୍ଷେପ
ବରୀ, ୨୯/୧୦ ( ରଂଜିତ ମହାନ୍ତି ) : ବରୀ ତହସିଲ କାର୍ଯ୍ୟାଳୟରୁ ଗ୍ରାନାଇଟ ଖଣ୍ଡ ଖସି ପଡୁଛି । ଯେଉଁ ଠାରେ ବରୀ ତହସିଲ କାର୍ଯ୍ୟାଳୟ ଲେଖା ଯାଇଛି ସେହିଠାରେ ଲାଗିଥିବା ଗ୍ରାନାଇଟ ଖଣ୍ଡ ଖସି ପଡିଥିବା ଦେଖିବାକୁ ମିଳିଛି । ବେଶ କିଛି ଦିନ ହେଲା ଏହା ଖସି ପଡ଼ିଥିଲା ବେଳେ ଅନ୍ୟ ଖଣ୍ଡ ଗୁଡିକ ଖସି ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ହେଲେ ଏହାକୁ ମରାମତି କରିବାକୁ କର୍ତୁରପକ୍ଷ ପଦକ୍ଷେପ ନେଉ ନାହାନ୍ତି। ତୁରନ୍ତ ଏହାକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ