ଜିଲ୍ଲା କଂଗ୍ରେସର ଉତ୍କଳମଣିଙ୍କ ଜୟନ୍ତୀ ପାଳନ।
ଜୟପୁର, ୯।୧୦ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଜୟପୁର କାର୍ଯ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ରୂପକ ତୁରୁକୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫୋଟ ଚିତ୍ରରେ ଦୀପ ଧୂପ ଜାଳି ପୁଷ୍ପମାଲ୍ୟୋ ଦେଇ ସ୍ମୁତି ଚାରଣ କରିଥିଲେ। ଏହି ଅବସରରେ ଜୟପୁର ବ୍ଲକ କଂଗ୍ରେସ କମିଟିର ସଭାପତି ବସନ୍ତ ନାୟକ ପୂର୍ବତନ ବିଧାୟକ ନିମାୟୀ ସରକାର ଜିଲ୍ଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଭାବନୀ ଆଚାର୍ଯ୍ୟ ପୂର୍ବତନ ଟାଉନ କଂଗ୍ରେସ ସଭାପତି କାନ୍ତ ପାଢି ପୌର ସାଂସଦ ପ୍ରତିନିଧି ହାସନ ମାଦନୀ ଜୟପୁର ବ୍ଲକ ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ନେପାକ ଯୁବ ନେତା ସୂର୍ଯୟନାରାୟଣ ପଟ୍ଟନାୟକ ବ୍ରଜ ନାଗ ଯାମୁଣ୍ଡା ନାରି ପ୍ରମୁଖ ମଧ୍ୟ ପୁଷ୍ପମାଲ୍ୟ ଦେଇଥିଲେ। ଏହା ସହ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସକୁ କିଭୋଳି ସୁଦୃଢ଼ କରାଯାଇ ପାରିବ ସେଥି ସମ୍ବନ୍ଧେ ଚର୍ଚ୍ଚା ହେଇଥିଲା।