Hot Posts

6/recent/ticker-posts

ଆଦି କର୍ମଯୋଗୀ ଅଭିଯାନ ସମ୍ବନ୍ଧରେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭରମ୍ଭ l

ରାୟଗଡା, ୧୩ / ୦୯ ( ଭି. ଗୌରି ଶଙ୍କର ରାଓ ) :  ଆଦି କର୍ମଯୋଗୀ ଅଭିୟାନ ଅନ୍ତର୍ଗତ ୩-ଦିନିଆ ଆବାସିକ ପ୍ରଶିକ୍ଷଣ-କମ୍-ଡିଜାଇନ୍ ୱର୍କଶପ୍ ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆରମ୍ଭ ହୋଇଛି । ପ୍ରଶିକ୍ଷଣ ୧୩ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନ କଲେ ଜିଲ୍ଲା ପରିଷଦ ସିଡ଼ିଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ । ସେ କହିଲେ, ପ୍ରଶିକ୍ଷଣ ପ୍ରାୟୋଗିକ ହେବା ଆବଶ୍ୟକ ଓ ଗ୍ରାମ ସ୍ତରରେ ଲୋକଙ୍କ ପାଇଁ କାମକୁ ଆସିବା ଉଚିତ୍ । ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଏବଂ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର୍ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଏହି ଅଭିୟାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କଥାହୋଇଥିଲେ ।
ସେ କହିଲେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମ ସ୍ତରରେ ସଚେତନତା, ଲୋକସହଭାଗୀତା ଓ ଉନ୍ନତିକୁ ଶକ୍ତିଶାଳୀ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଡିଓ ସହିତ ବିଭିନ୍ନ ବିଭାଗୀୟ କର୍ମଚାରୀ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ନିଜ୍ ଅଭିଜ୍ଞତା ଓ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରଶିକ୍ଷିତ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ପରେ ଗ୍ରାମ ସ୍ତରରେ ଯୋଜନା ପ୍ରସ୍ତୁତିରେ ସହାୟତା କରିବେ । ଏଥିପରିଣାମରେ ଗ୍ରାମବାସୀମାନେ ସରକାରୀ ଯୋଜନାରୁ ଅଧିକ ଲାଭ ନେଇପାରିବେ । ଅଧିକାରୀମାନେ କହିଛନ୍ତି, ଏହି ପ୍ରଶିକ୍ଷଣ ଦ୍ୱାରା ଗ୍ରାମରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିବ । ଏହା ସହିତ ଲୋକମାନଙ୍କର ସକ୍ରିୟ ଭାଗିଦାରି ବୃଦ୍ଧି ପାଇବାରେ ସରକାରୀ ଯୋଜନା ଅଧିକ ପ୍ରଭାବଶାଳୀ ହେବ ।