Hot Posts

6/recent/ticker-posts

ଉମ୍ୱେଲ ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ମୂଖ୍ୟ ଦାବୀ ଉମ୍ୱେଲ ଗ୍ରାମପଞ୍ଚାୟତରେ ଅତିଶୀଘ୍ର ଟାୱାର ସ୍ଥାପନ କରାଯାଉ ।

ଲମତାପୁଟ, ୧୩ / ୦୯ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ୱେଲ ଗ୍ରାମ ପଞ୍ଚାୟତରେ ଗୋଟିଏ ଟାୱାର ସ୍ଥାପନ କରାଯାଉ । ଏଠାକାର ଅଧିବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । କାରଣ ଏହି ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ ୪୦୦୦ ରୁ ଅଧିକ ଅଛନ୍ତି । ବର୍ତ୍ତମାନ ଆଧୁନିକ ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ ଓ ପ୍ରାୟ ଛାତ୍ରଛାତ୍ରୀ ମୋବାଇଲ୍ ଫୋନ୍ ମାଧ୍ୟମରେ ହିଁ ଅନଲାଇନ୍ ଯୋଗେ ଶିକ୍ଷା ଅଧ୍ୟୟନ କରନ୍ତି ଓ ଏଠାକାର ସ୍କୁଲର ଶିକ୍ଷକ ,ଅଙ୍ଗନୱାଡ଼ି,ପଞ୍ଚାୟତ କାର୍ଯ୍ଯକ୍ରମ ରିପୋର୍ଟ ଓ ବିଭିନ୍ନ କାର୍ଯ୍ୟକ୍ରମ ସବୁ ବିନା ନେଟୱର୍କରେ କାମ ହୁଏ ନାହିଁ, ତେଣୁ ଆମେ ଉମ୍ୱେଲ ପଞ୍ଚାୟତର ସରପଞ୍ଚ ସହ ସମସ୍ତ ଜନସାଧାରଣ ମୋ ସମ୍ବାଦ ଓ ମିଡ଼ିଆ ଏଜ୍ ଜରିଆରେ କୋରାପୁଟ ଜିଲ୍ଲାପାଳ,ଲମତାପୁଟ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଜିଲ୍ଲାପ୍ରଶାସନ ଅଧିକାରୀ ଓ ସରକାରକୁ ଅନୁରୋଧ ଓ ଦାବୀ କରୁକି ଆପଣ ଯଥାଶୀଘ୍ର ଗୋଟିଏ ଜିଓ ଟାୱାର ସ୍ଥାପନ କରି ଆମ ଏହି ଅନୁନ୍ନତ ପଞ୍ଚାୟତର ଉନ୍ନତି କରଣ କରିବା ହେବେ ।

କୋରାପୁଟ ଜିଲ୍ଲା ରିପୋର୍ଟର ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୁଜ