Hot Posts

6/recent/ticker-posts

ନବରଙ୍ଗପୁର ଜିଲ୍ଲା ଉମରକୋଟ ତୁମ୍ଭରଲିୟାଗୁଡା ଠାରୁ ଖଡକା ରାସ୍ତା ପାଲଟିଛି ମରଣଯନ୍ତl ।

ଉମରକୋଟ, ୧୧ / ୦୯ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ଯିବା ବାଟରେ ନାୟକ ବାବୁଙ୍କ ଘର ଠାରୁ ତୁମ୍ବାର୍ଲିୟଗୁଡା ରାସ୍ତାରେ ଯିବାଆସିବା ବହୁତ କଷ୍ଟ ଏହି ରାସ୍ତାରେ ପ୍ରତ୍ୟେକ ଦିନ କୁନିକୁନି ପିଲାମାନେ ସ୍କୁଲ ଯିବା ଆସିବା କରନ୍ତି ମାତ୍ର ବର୍ଷାଦିନେ ରାସ୍ତା ଖରାପ ଯୋଗୁ ପିଲାଙ୍କ ସ୍କୁଲ ଯିବା ପୁରା ପୁରି ଠପ୍ ହୋଇଯାଇଛି, ଦୀର୍ଘ ଦିନ ଧରି ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହୋଇ ଥିବାରୁ ଅଭିଭାବକ ମାନେ ବିଶେଷ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳ ର ସହ ସହ ଲୋକ ଏହି ରାସ୍ତା ଉପରେ ଯିବା ଆସିବାକୁ ନିର୍ଭର କରିଥାନ୍ତି । କିନ୍ତୁ ରାସ୍ତା ବହୁତ ଖରାପ ହୋଇଯିବାରୁ ଅଞ୍ଚଳ ଲୋକ ଯିବାଆସିବା କରିବାକୁ ଭୟବିତ ହେଉଛନ୍ତି । ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲାପରେ ମଧ୍ୟ କେହି ଶୁଣୁ ନାହାନ୍ତି ,ବୋଲି ଅଂଚଳ ବାସୀ ଅଭିଯୋଗ କରୁଛନ୍ତି , ତଥାପି ପ୍ରଶାସନ କେବେ ଏ ରାସ୍ତା ତିଆରି କରିବେ ଆଉ ପିଲାମାନେ ସ୍କୁଲ ଯିବେ, ଏହା ଅନିଶ୍ଚିତ ହୋଇ ରହିଛି ।
ଏ ରାସ୍ତାରେ ପ୍ରତେକ ଦିନ ଶହ ଶହ ଲୋକ ଯିବା ଆସିବାକୁ ନିର୍ଭର କରିଥାନ୍ତି, କୌଣସି ଉପାୟ ନଥିବାରୁ ଲୋକ ଆଠ ରୁ ଦଶ କିଲୋମିଟର ବୁଲିକି ଯିବାକୁ ପଡୁଛି। ଜିଲ୍ଲାପାଳ, ବିଡିଓ, ପିଇଓ, ସରପଞ୍ଚ ସମସ୍ତେ ଜାଣି ବି କିଛିଏହାର ସମାଧାନ ହୋଇପାରୁନି ବୋଲି ଅଞ୍ଚଳ ବାସୀ କ୍ଷୁବୋଧ ହୋଇ ପଡିଛନ୍ତି। ରୋଗୀଙ୍କୁ ନେବା ଆଣିବାକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ ଲୋକ ଦେହ ଖରାପ ହେଲେ ଭଗବାନ ଭରସା ବୋଲି ଅଂଚଳ ବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ କେବେ ଲୋକଙ୍କ ଦୁଃଖ ଦୂର ହୋଉଛି।
ନବରଙ୍ଗପୁର ରୁ ଶେଖର ଖୁରା ଙ୍କ ରିପୋର୍ଟ । Nabaduta news,