Hot Posts

6/recent/ticker-posts

ଆଦି କର୍ମ ଯୋଗୀ ଅଭିଯାନ ର ବ୍ଲକ ସ୍ତରୀୟ ଦିନିକୀୟା ପ୍ରଶିକ୍ଷଣ ଶିବିର

ସିନାପାଲି, ୧୨/୦୯ (ଶୋଭରାମ ମହାନନ୍ଦ) : ନୂଆପଡ଼ା ଜିଲ୍ଲା ସିନାପାଲି ପଂଚାୟତ ସମିତି ସଭାଗୃହରେ ଆଦି କର୍ମଯୋଗୀ ଅଭିଯାନର ବ୍ଲକ ସ୍ତରୀୟ ଦିନିକିୟା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓଡିଶା ସରକାରଙ୍କ ଦ୍ୱାରା ଘୋଷିତ ଆଦି କର୍ମଯୋଗୀ ଯୋଜନାର ବ୍ଲକ ସ୍ତରୀୟ ଅଭିମୁଖି କରଣ କାର୍ଯକ୍ରମ ପଂଚାୟତ ସମିତି ସଭାଗୃହରେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ସମାପନ ହୋଇଥିଲା। କାର୍ଯ୍ୟକ୍ରମକୁ ସିନାପାଲି ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ମି ଓରାମ ଏବଂ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମହମବତୀ ପ୍ରଜ୍ବଳନ କରି ଉଦଘାଟନ କରାଯାଇଥିଲା। ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁନିଲ କୁମାର ସାମଲ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ପରିଡ଼ା, ୟାର ଏନ. ଜି.ଓ ର ସଭାପତି ମହେନ୍ଦ୍ର ଯୋଶୀ ଏବଂ ସେବା ମହିଳା ମଣ୍ଡଳର ସମ୍ପାଦକ ଚୂଡ଼ାମଣି ବିହାରୀ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥଲେ। ଯେଉଁ ଗ୍ରାମରେ ଅନୁସୂଚିତ ଜନଜାତି ୫୦% ଶତକଡା ରୁ ଅଧିକ ବାସ କରୁଥିବେ ସେହି ଗାଁ କୁ କିପରି ସରକାରଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ବିଭିନ୍ନ ବିଭାଗ ଯଥା- ଶିକ୍ଷା, ରାସ୍ତା, କୃଷି, ଆଦିବାସୀ ଜଙ୍ଗଲ ଜମି ଇତ୍ୟାଦି ପାଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅଭିଯାନ ସେବା ସମର୍ପଣ ଓ ସଂକଳ୍ପ ଉପରେ ଗୁରୁତ୍ବ ଦେଇ ପ୍ରତି ଗାଁ ରେ ଏକ ସେବା କେନ୍ଦ୍ର ସ୍ଥାପନ କରି ଲୋକ ମାନଙ୍କର ଅସୁବିଧାକୁ ଏକ ରେଜିଷ୍ଟର ମାଧ୍ୟମରେ ଲିପିବଦ୍ଧ କରିବାକୁ ବ୍ୟବସ୍ଥା ରଖାଯାଇଛି। 
ଏହି ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ଆଦି କର୍ମଯୋଗୀ, ଶିକ୍ଷକ କିମ୍ବା ଡ଼ାକ୍ଟର ଆଦି ସହଯୋଗୀ, ଜନଜାତି ଶ୍ରେଣୀର ଯୁବକ, ଆଶା, ଅଙ୍ଗନୱାଡ଼ି ଆଦି ସାଥି ଗ୍ରାମ ସ୍ତରରେ ରହି ମୂଖ୍ୟ ଅଂଶିଦାର ରୂପେ ଲୋକ ମାନଙ୍କୁ ଏହି ଯୋଜନା ସମ୍ପର୍କରେ ସଚେତନ କରି ପ୍ରତି କ୍ରିୟାଶୀଳ ଶାସନ ମାଧ୍ୟମରେ ଗ୍ରାମ ସ୍ତରରେ ପରିବର୍ତ୍ତନକାରୀ କର୍ମଚାରୀ ଗଢିବେ। ଏହି କାର୍ଯ୍ୟକ୍ରମରେ ଶିଶୁ ବିକାଶ ଅଧିକାରୀ ଉର୍ମିଳା ମହାପାତ୍ର, ପର୍ଯ୍ୟବେକ୍ଷିକା ପ୍ରତିମା ବାଗ, କଳ୍ପନା ରାଉତ, ଅତିରିକ୍ତ ବି. ଡି. ଓ. କୃଷ୍ଣଚନ୍ଦ୍ର ମହାପାତ୍ର, ବି ଏସ ଏସ ଓ ହରେକୃଷ୍ଣ ନାଏକ, ପିଏଚଇଓ ଅଙ୍ଗଦ ରାମ ମାଝୀ, ସିଆରସିସି ବଂଶିଧର ଜଗତ, ଫରେଷ୍ଟର ଚୁଡ଼ାନାଥ ସରାଫ, ଜିପିଡ଼ିଓ ସଞ୍ଜୟ କୁମାର ମହାନନ୍ଦ ଯୋଗାଣ ନିରୀକ୍ଷକ ଦେବେନ୍ଦ୍ର ସେଠିଆ ପ୍ରମୁଖ ଉପସ୍ଥିତ ଥିଲେ।