Hot Posts

6/recent/ticker-posts

ବ୍ଲକ ସ୍ତରୀୟ ଦୁଇ ଦିବସ କ୍ରୀଡ଼ା ଉଯାପିତ I

ଫୁଲବାଣୀ, ୦୯ / ୦୯ (ବାଳକୃଷ୍ଣ କହଁର) : ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଦୁଇ ଦିନିଆ ଖ୍ରୀଡ଼ା ପ୍ରତିଯୋଗିତା ଉଯାପିତ ହୋଇଯାଇଛି I ଏହି ଖ୍ରୀଡ଼ା ପ୍ରତିଯୋଗିତା ଦୁଇ ଦିନ ଧରି କବାଡି, ଫୁଟବଲ, ବେଡ଼ମୀଣ୍ଟନ, ଚେସ, ଦୌଡ଼, ଲମ୍ବା ଡ଼ିଆଁ, ସଟଫୁଟ, ଜବଲିନ ଇତ୍ୟାଦି ଉପରେ କ୍ରୀଡ଼ା କରି ଜିଲ୍ଲା ସ୍ତରୀୟ ଖେଳିବା ନିମନ୍ତେ ଚୟନ କରାଯାଇଥିଲା I ଏହି ବ୍ଲକ ସ୍ତରୀୟ କ୍ରୀଡ଼ା ବ୍ଲକ ଶିକ୍ଷା ଅଧିକାରୀ ତଥା କ୍ରୀଡ଼ା ସଭାପତି ବିନୋଦ ଡିଗାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କ୍ରୀଡ଼ା ପରିଚାଳନା କରିଥିଲେ। ବ୍ଲକ ସ୍ତରୀୟ କ୍ରୀଡ଼ା ସଂଯୋଜଜ ତଥା କ୍ରୀଡ଼ା ଶିକ୍ଷକ ସୁଧାଂଶୁ ବେହେରା ସହଯୋଗ କରିଥିଲେ ଅନ୍ୟାନ୍ୟ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଟିକାବାଲି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଗଣ ଉପସ୍ଥିତ ରହିଥିଲେ I ଉଦ୍ଘାଟନୀ ଉତ୍ସବରେ ଗୋଷ୍ଟି ଶିକ୍ଷା ଅଧିକାରୀ ପରିଚାଳିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର ର ଯୋଗ ଦେଇ କ୍ରୀଡ଼ା କୁ ପତ୍ତାକା ଉତ୍ତଳନ କରି କ୍ରୀଡ଼ାକୁ ଶୁଭ ଉଦଘାଟନ କରିଥିଲେ I ଅନ୍ୟ ମଞ୍ଚାସିନ ଅତିଥି ହେଲେ ସରପଞ୍ଚ ଶ୍ରୀ କୁନ୍ଦୁରି ମଲିକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ ସମୂହ ଯୋଗ ଦେଇଥିଲେ I ସେହିପରି ଉଦଯାପନୀ ଉତ୍ସବକୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାମରାଜ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ବିଷ୍ଣୁ ଗୋବିନ୍ଦ ଯୋଗଦେଇ କ୍ରୀଡା ର ମହତ ବିଷୟ ଏବଂ କ୍ରୀଡ଼ା ମାଧ୍ୟ୍ୟମରେ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ ହୋଇ ପାରନ୍ତି ତାହା ବକ୍ତବ୍ୟ ପ୍ରଦାନ କରିଥିଲେ I ଅନ୍ୟ ମଞ୍ଚାସିନ ଅତିଥି ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ସୁନୀଲ କୁମାର ମଲିକ, ବିଜେପି ଅନୁସୂଚିତ ଜାତି ଉପସଭାପତି ଶ୍ରୀ ରାମବିଶି ଦିଗଲ ଏବଂ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷତ୍ରୀ ମାନେ I ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ କ୍ରୀଡ଼ା ସଂଯୋଜକ ସୁଧାଂଶୁ ବେହେରା I ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଉଥିଲା I ଯେହୁଁ ଖେଳାଳି ମାନେ କୃତିତ୍ୱ ହାସଲ କରିଛନ୍ତି ସେହିମାନେ ଚଳିତ ମାସ ୧୦/୧୧ ତାରିଖରେ ଜିଲ୍ଲା ସ୍ତରରେ ଖେଳିବାକୁ ଯିବେ ଇଁ

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।