୪୦ କିଲୋ ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ, ଦୁଇ ଗିରଫ I
ଫୁଲବାଣୀ, ୦୯ / ୦୯ (ବାଳକୃଷ୍ଣ କହଁର) : ଟିକାବାଲି ପୋଲିସ ଦ୍ୱାରା ଏକ ବଡ଼ ଧରଣର ସଫଳତା ମିଳିଛି I ୪୦ କିଲୋ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ କୁଟ୍ରିଖୋଲ ଠାରେ ଜବତ କରାଯାଇଛି I ସୂଚନା ରୁ ଜଣାପଡିଛି ଟିକାବାଲି ଥାନା ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ର କୁଟ୍ରିଖୋଲ ଗ୍ରାମର ଦିଲୀପ କହଁର , ପିତା ସଦାଶିବ କହଁର ର ଏବଂ ସୁନିଲ କହଁର, ପିତା ଟିମ୍ପା କହଁର ର ଉଭୟେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ I ଟିକାବାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏସଆଇ ଅବନୀ କୁମାର ପ୍ରଧାନଙ୍କ ନେତୃତ୍ୱରେ ସଦଳବେଳେ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦିଲୀପ କହଁର ର ଏବଂ ସୁନୀଲ କହଁର ରଙ୍କ ଠାରୁ ୪୦ କିଲୋ ଗଞ୍ଜେଇ ଏବଂ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ସେହି ଦୁଇ ଜଣ ଅପରାଧୀକୁ ମଧ୍ୟ ଧରିବା ରେ ସଫଳ ହୋଇଥିଲେ ଟିକାବାଲି ପୋଲିସ I ମାଜିଷ୍ଟ୍ରେଟ ତଥା ତହସିଲଦାର ହରିଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଚୋରା ଗଞ୍ଜେଇ ଏବଂ ବନ୍ଧୁକ ଜବତ କରିଥିବା ଏଥିସହ ଉଭୟ ଅପରାଧୀଙ୍କୁ ଗିରଫ କରି ସେହି ଗଞ୍ଜେଇ ଚୋରା ଚାଲାଣ ଏବଂ ବେଆଇନ ଦେଶୀ ବନ୍ଧୁକ ରଖିବା ମାମଲା ୧୯୭/୨୫ ରେ କେସ ରେଜିଷ୍ଟ୍ରି କରି ଜେଲକୁ ପଠେଇଥିବା ଥାନା ଅଧିକାରୀ ପ୍ରଜ୍ଞାପ୍ରିତାମ୍ବର କର ସୂଚନା ଦେଇଛନ୍ତି !
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।