Hot Posts

6/recent/ticker-posts

ପିଆଇଏ ଦେଲା ରାସ୍ତା ମରାମତି ପାଇଁ ଦାବୀପତ୍ର।

ଜୟପୁର, ୦୯ / ୦୯ ( ଏ. ଭେଙ୍କଟ ରାଓ ) : ସହରରେ ପବ୍ଲିକ ରାଇଟସ ଏସୋସିଏସନ ସହରର ଅଧିକାଂଶ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ହେତୁ ଏହାକୁ ନେଇ ଏକ ଦାବିପତ୍ର ପିଆରଏ ସଭାପତି ଦେବେନ୍ଦ୍ର ବାହିନୀପତିଙ୍କ ନେତ୍ରୁତ୍ୱରେ ମିନକେତନ ପରିଛା, ବିଜୟ ଗୌଡ, ସାହେବ ମହାରଣା, ଶ୍ୟାମ ସୁନ୍ଦର ବେହେରା, କନ୍ଦର୍ପ ପାଣିଗ୍ରାହୀ, ଟୁନିଆ ମହାନ୍ତି, ସୁଧୀର ଚନ୍ଦ୍ର ସାହୁ, ହରିହର ଗାଦବା, ନରସିଂହ ନାୟକ ପ୍ରମୁଖ ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରିୟ ରଞ୍ଜନ ବେହେରାଙ୍କୁ ଦେଇଥିଲେ। ଅଧିକ୍ଷଣ ଯନ୍ତ୍ରି ସହରରେ ବିଗିଡି ଥିବା ପ୍ରାୟ ସମସ୍ତ ରାସ୍ତା ନିମନ୍ତେ ଠିକା ଦିଆ ଯାଇଛି କିନ୍ତୁ ବର୍ଷା ଅନବରତ ଲାଗି ରୋହିଥିବାରୁ ଠିକାଦାର କାର୍ଯ୍ୟ ସମ୍ପାଦନ କରିପାରୁ ନଥିବା କୋହିଛୋନ୍ତି। ପିଆରଏ ସଭାପତି ଦାବୀରେ ଆବଶକ୍ୟ ସ୍ତଳେ ପାର୍ବଣ ଋତୁ ପୂର୍ବରୁ ଅନ୍ତତ କିଞ୍ଚିତ ମରାମତୀ କରିବାକୁ କହିଥିଲେ ଅଧିକ୍ଷଣ ଯନ୍ତ୍ରି ଏହାର ମରାମତି କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ।