ଦୀପାବଳି ପୂଜା ନେଇ ତାଲବନ୍ଧ ପଡ଼ାର ପ୍ରସ୍ତୁତି ବୈଠକ I ତିନିଦିନ ଧରି ପାଳିତ ହେବ ଦୀପାବଳୀ ପର୍ବ I
ଥୁଆମୂଳ ରାମପୁର, ୨୩/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ତାଲାବନ୍ଦ ପଡ଼ା ଠାରେ ନବ ଜୀବନ ଯୁବ ଅନୁଷ୍ଠାନ ଏବଂ ଦୀପାବଳୀ ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ ହେବାକୁ ଯାଉଛି ଦିପାବଳି ପର୍ବ ବା ମାଁ ମହାକାଳୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା ପର୍ବ l ତାଲାବନ୍ଦ ପଡ଼ା, ଜଗନ୍ନାଥ କଲୋନୀ, ସ୍ବପ୍ନ ସାଗର ପଡା, ସମାଗୁଡାର ସମସ୍ତ ପଡ଼ା ବାସୀଙ୍କୁ ନେଇ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳନ ହେବାକୁ ଯାଉଛି ଦୀପାବଳି ପର୍ବ l ଏହି କ୍ରମେ ମଙ୍ଗଳବାର ଦୀପାବଳୀ ପୂଜା କମିଟି ର ସଭାପତି ମାଣିକ୍ୟ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବ ବର୍ଷର ଆୟ ବ୍ୟୟ ଉପରେ ଆଲୋଚନା କରାଯିବା ସହ ଚଳିତ ବର୍ଷ କେମିତି ସୁନ୍ଦର ସରସ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ କେମିତି ପରମ୍ପରା ବା ରୀତିନୀତି ଅନୁଯାୟୀ ପୂଜାବିଧି ତୁଲାଇବେ ସେନେଇ ଉପସ୍ଥିତ ୪ଗୋଟି ପଡ଼ା ବାସିନ୍ଦା ଆଲୋଚନା କରିଥିଲେ l ତତ୍ସଙ୍ଗେ ଯାତ୍ରାର ପରିଚାଳନା ପାଇଁ ପୂର୍ବ କମିଟିଙ୍କୁ ହିଁ ଚଳିତ ବର୍ଷ ଯାତ୍ରା ପାଳନ ପାଇଁ ସର୍ବ ସହମତି କ୍ରମେ ଚୟନ କରାଯାଇଥିଲା l ସେଥିରେ ସଭାପତି ଭାବରେ ମାଣିକ୍ୟ ଚନ୍ଦ୍ର ନାଏକ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଉପ ସଭାପତି ଗୁଣନିଧି ନାଏକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ନାଏକ, ସହ ସମ୍ପାଦକ କୈଳାଶ ଛତ୍ରିଆ, କୋଷାଧ୍ୟକ୍ଷ ଗଣେଶ୍ୱର ନାଏକଙ୍କୁ ଉପସ୍ଥିତ ପଡ଼ା ବାସୀ ପୁନର୍ବାର ଚୟନ କରିଥିଲେ l ଆସନ୍ତା ୧୯,୨୦,୨୧ ତିନିଦିନ ଧରି ହେବ ଦୀପାବଳୀ ପର୍ବ l ଏଥିରେ ପ୍ରଥମ ଦିବସ ୧୯ ଅକ୍ଟୋବର ୨୦୨୫ରେ କଳସ ଯାତ୍ରା ବା ଉପବାସ ଏବଂ ରାତ୍ର ରେ ଦର୍ଶକଙ୍କ ମନୋରଞ୍ଜନ ସକାଶେ ଗୀତିନାଟ୍ୟ, ଦ୍ୱିତୀୟ ଦିନ ୨୦ତାରିଖରେ ଦୀପାବଳୀ ପର୍ବ ବା ବାବା ଭୈରବ ଦେବ ଓ ମାଁ ମହାକାଳୀ ଦେବୀ ଙ୍କ ଝାମୁଯାତ୍ରା ପର୍ବ ସହ ରାତ୍ରରେ (ମେଲୋଡି ନାଇଟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ) ତୃତୀୟ ଦିବସ ବା ଉଦଯାପନୀ ଦିବସ ସକାଳେ ଜେନାମରା ଏବଂ ପୂର୍ବାହ୍ନ ୨ଘଣ୍ଟା ସମୟରେ ପାରମ୍ପରିକ ଭେଶ ଭୂଷା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର ସ୍ଥିର କରାଯାଇଛି l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ