Hot Posts

6/recent/ticker-posts

ଝାରବନ୍ଧ ବ୍ଲକ ସ୍ତରୀୟ କୁଳତା ସମାଜ ର ନୁଆଁଖାଇ ଭେଟ୍ ଘାଟ୍

ବରଗଡ, ୨୮ / ୦୯ (ଗୌରିଶଙ୍କର ପାଞ୍ଚଭାୟା/ବଂଶୀଧର ନାୟକ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ସ୍ତରୀୟ କୁଳତା ସମାଜ ର ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଗୗଡ଼ମାଲ   ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ  କଳସଶୋଭାଯାତ୍ରା ରେ ପୋଖରୀ ରୁ ପବିତ୍ର ପାଣି ଆଣି ସମଗ୍ର ଗୗଡ଼ମାଲ ଗ୍ରାମ ପରିକ୍ରମା କରିଥିଲେ l କଳସ ଯାତ୍ରା ଓ ଯୁଗାର ଯାତ୍ରା ରେ ବହୁ ମହିଳା,ଓ ସମ୍ପ୍ରଦା ଲୋକ ନୃତ୍ୟ ସମଗ୍ର ଗ୍ରାମ ମୁଖରିତ ହୋଉଥିଲା lକୁଳତା ଜାତିର ରଣେଶ୍ୱର ବାବା ଓ ଇଷ୍ଟ ଦେଦୀ ରାମଚଣ୍ଡୀ ଙ୍କ ଠାରେ କଳସ ସ୍ଥାପନ କରି ପୂଜାରର୍ଚ୍ଚନା କରି ଭୋଗ ଅର୍ପଣ କରାଯାଇଥିଲା। ପୂଜକ ଭାବର ଅଶୋକ କୁମାର ପ୍ରଧାନ, ଗଣେଶ ଭୋଇ ପୂଜା କାର୍ଯ୍ୟ ତୁଲାଇ ଥିଲେ l
ଏହି ଭୋଗ ପ୍ରସାଦ କୁ ସମସ୍ତ ମା, ଭାଇ ଭଉଣୀ ମାନଙ୍କୁ ବଣ୍ଟନ ପରେ ସାନ ମାନେ ବଡ  ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ।ଏନେଇଅନୁଷ୍ଠିତ ସଭାରେ ପଦ୍ମପୁର କାର୍ଯ୍ୟକାରିଣୀ ସଭାପତିଯୋଗେନ୍ଦ୍ର ଭୋଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଝାରବନ୍ଧ ବ୍ଲକ ସଭାପତି ବାସୁଦେବ ପ୍ରଧାନ, ସମ୍ମାନିତ ଅତିଥି , ମୁକ୍ତା ସାହୁ ତୁଳସୀ ରାମ ପ୍ରଧାନ, ସୁରେନ୍ଦ୍ର ଗତିଆ, ହାରାଧ ପ୍ରଧାନ,ତୁଳା ରାମ ଭୋଇ.ଟାଇଲ ଚନ୍ଦ୍ର ଭୋଇ, ବାସୁଦେବ ପ୍ରଧାନ ପ୍ରମୁଖ ଯୋଗଦେଇଥିବା  ସ୍ଥଲେ ଛତିଶଗଡ଼ ରାଜ୍ୟ, ପାଇକମାଲ ବ୍ଲକ, ପଦ୍ମପୁର, ବରଗଡ ବଅଞ୍ଚଳ ର ସଭାପତି ମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବହୁସଂଖ୍ୟା ରେ ଅଂଚଳର ମା ଭାଇ ଭଉଣୀ ମାନେ ଯୋଗ ଦେଇ ଥିଲେ। ଝାରବନ୍ଧ କଲେଜ ଅଧକ୍ଷ ତଥା କୁଲତା ସମାଜ ବ୍ଲକ ସଂପାଦକ ଶ୍ୟାମ ସୁନ୍ଦର ବେହରା ମଞ୍ଚ ପରିଚାଳନା କରିଥିଲା ବେଳେ ଗୗଡ଼ମାଲ କେନ୍ଦ୍ର ସଭାପତି ଗୋପବନ୍ଧୁ ସାହୁ ଧନ୍ୟବାଦ ଦେଇ ଥିଲେ।ଶେଷରେ ସମସ୍ତ ଙ୍କୁ ଅନ୍ନ ଭୋଗ ଅର୍ପଣ କରା ଯାଇଥିଲା, ଏଥିରେ ବିଳାସପୁର କୁଲତା ସମାଜ ଯୁବ ସଂଗଠନ, ଗୗଡ଼ମାଲ କୁଲତା ଯୁବ ସଂଗଠନ ପ୍ରମୁଖ ସହଯୋଗ କରିଥିଲେ,