Hot Posts

6/recent/ticker-posts

ବଜ୍ରପାତର ତାଣ୍ଡବ, ଡେପାଗୁଡ଼ା ଗ୍ରାମରେ ଗରିବ ଡ୍ରାମୁ ପରଜାଙ୍କ ୬ ଛେଳିର ମୃତ୍ୟୁ

ଗୁଡ଼ାରି, ୦୭ / ୦୯ ( କାଶୀ ବିଶ୍ୱନାଥ) : ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଅନ୍ତରଗତ ଡେପାଗୁଡ଼ା ଗ୍ରାମ ରେ ଭୀଷଣ ବର୍ଷା ସହ ବଜ୍ରପାତ ର ପ୍ରୋକପରେ.. ଡେପାଗୁଡ଼ା ଗ୍ରାମର ଡ୍ରାମୁ ପରଜା ଙ୍କ ର ୬ ଗୋଟି ଛେଳି ର ମୃତ୍ୟୁ ହୋଇଯାଇଛି। ଡ୍ରାମୁ ପରଜା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି, ସେ ଦିନ ମୂଲିଆ ଅଟନ୍ତି,ସେ ବହୁ କଷ୍ଟରେ ୬ ଗୋଟି ଛେଳି ପାଳନ କରୁ ଥିଲେ ,ଏହି ଛେଳି ବିକ୍ରିକରି କିଛି ଅର୍ଥ ପାଇବେ ବୋଲି ଆଶା କରିଥିଲେ ,କିନ୍ତୁ ଆଜି ତାଙ୍କ ଆଶା ଆଶାରେ ହିଁ ରହିଗଲା । ଆଜିର ବର୍ଷା ଓ ବିଜୁଳି ସତେ ଯେମିତି ଯମ ତୁଲ୍ଯ ..ଆସି..ତାଙ୍କର ୬ ଗୋଟି ଛେଳିକୁ ନଷ୍ଟ କରିଦେଇଛି । ସରକାରଙ୍କ ଦ୍ଵାରା ଏହି ଗରିବ ପ୍ରତି କି ପ୍ରକାର ସାହାଯ୍ୟ ମିଳୁଚି , ତାହା ଦେଖିବାକୁ ବାକି ରହିଲା ।
 ଗୁଡ଼ାରିରୁ କାଶୀ ବିଶ୍ୱନାଥଙ୍କ ରିପୋର୍ଟ ନବଦୂତ ନିୟୁଜ