Hot Posts

6/recent/ticker-posts

କୁଇ ଭାଷାରେ ଶିକ୍ଷାଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଦାବି ।

କନ୍ଧମାଳ, ୦୭ / ୦୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାରେ ଆଦ୍ୟ କାଳରୁ କୁଇ ଭାଷା ପ୍ରଚଳିତ ଥିବାରୁ ଓ କୁଇ ଆଦିବାସୀ ମାନେ ୬୦ ଶତକଡା ଜିଲ୍ଲାରେ ବସବାସ କରୁଥିବାରୁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କୁଇ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାକୁ ଶନିବାର ଦିନ କୁଇ ଭାଷା ସାହିତ୍ୟ ସମିତି ସଭାପତି ଦୀନବନ୍ଧୁ କହଁରଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ପ୍ରକାରେ ଜିଲ୍ଲାରେ କୁଇ ଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦେଇ ବହୁବର୍ଷ ହେବ କୁଇ ଶିକ୍ଷା ପ୍ରଦାନ ପାଇଁ ୩୦୦ ଶହରୁ ଉର୍ଦ୍ଧ କୁଇ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇ ଥିବା ବେଳେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କୁଇ ପାଠ୍ୟକ୍ରମ କାର୍ଯ୍ୟକାରୀ କରାଗଲା ନାହିଁ । ଆଉ ବର୍ତ୍ତମାନ ପରିପ୍ରେକ୍ଷୀରେ ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ କୁଇ ଭାଷାକୁ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସାମିଲ କରି ଶିକ୍ଷା ପ୍ରଦାନ କରିବାକୁ କୁଇ ସମାଜ ପ୍ରତିନିଧି ପକ୍ଷରୁ ଦାବୀ କରାଯାଇଛି । ଏଥିରେ କୁଇ ଭାଷା ସାହିତ୍ୟ ସମିତି ସଭାପତି ଶ୍ରୀ ଦୀନବନ୍ଧୁ କହଁର ସମେତ କୁଇ ସମାଜ ସେବା ସମିତି ଫୁଲବାଣୀ ସାଧାରଣ ସମ୍ପାଦକ ଅବନୀ କୁମାର କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, ନାରୀ ସଭାନେତ୍ରୀ ସୌଦାମିନୀ କହଁର, କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ କହଁର,ସମିର ଘଟାଲ, ମଞ୍ଜୁଲତା କହଁର ପ୍ରମୁଖ ଉପସ୍ଥିତ ଥିଲେ ।