ରାଜ୍ୟପାଳଙ୍କ କୋରାପୁଟ ଜିଲ୍ଲା ଗସ୍ତ। କୋଟିଆ ପ୍ରସଙ୍ଗ ଉତ୍ତରରେ ସମସ୍ତ ସମସ୍ୟାର ସମାଧାନ ରହିଛି।
ଜୟପୁର, ୦୮ / ୦୯ ( ଏ. ଭେଙ୍କଟ ରାଓ ) : ୮ ତାରିଖରୁ କୋରାପୁଟ ଜିଲ୍ଲାକୁ ରାଜ୍ୟପାଳ ଡ. ହରିବାବୁ କାମ୍ଭମପତିଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଆଜି ଜୟପୁର ଏୟାରପୋର୍ଟରେ ପହଞ୍ଚିବା ପରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଏସପି ରୋହିତ ବର୍ମା ଓ ଅନ୍ୟାନ୍ୟ ଅଧିକାରୀ ଏବଂ ବିଜେପି ନେତ୍ରୁ ମଣ୍ଡଳୀ ତାଙ୍କୁ ଜୟପୁର ବିମାନ ବନ୍ଦର ଠାରେ ସ୍ବାଗତ କରିଥିଲେ। ସାମ୍ୱାଦିକଙ୍କ କୋଟିଆ ପ୍ରସଙ୍ଗ ପ୍ରଶ୍ନରେ ସମସ୍ତ ସମସ୍ୟାର ସମାଧାନ ରହିଛି ବୋଲି କହିଥିଲେ।ଏହାପରେ ଜୟପୁରରୁ କୋରାପୁଟ କଫି ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚି ମାନ୍ୟବର ରାଜ୍ୟପାଳ କଫି ଚାଷୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।କୋରାପୁଟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ନାଲକୋ, ହାଲ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ, କୋଟସ ଅଧିକାରୀ ମାନଙ୍କ ସହ ବିଭାଗୀୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।ଏଥି ସହ ମୁଦ୍ରା ହିତାଧୀକାରୀ ଏବଂ ଭାରତୀୟ ରେଡକ୍ରସ ସୋସାଇଟିର ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ରାତ୍ରୀରେ କୋରାପୁଟ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ ।ଆସନ୍ତା ୯ ତାରିଖ ଦିନ ସକାଳେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବାଉଁଶଗୁଡ଼ା କଫି ନର୍ସରୀ ପରିଦର୍ଶନ କରିବା ସହ ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିବେ।ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସୁନାବେଡ଼ା ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ସହ ମାଧୋ ସିଂ ହାତଖର୍ଚ୍ଚ ଏବଂ ସିଏମ ପୋଷଣ ଯୋଜନା ସଂପର୍କରେ ସମୀକ୍ଷା କରିବେ ବୋଲି ଜଣାପଡିଛି। ଏହାପରେ କୁନ୍ଦୁଲି ଗ୍ରାମକୁ ଯାଇ ଜଙ୍ଗଳ ଜମି ପଟ୍ଟା ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଏହାପରେ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।ଆସନ୍ତା ୧୦ ତାରିଖ ଦିନ ରାଜ୍ୟପାଳ ଡ.ହରିବାବୁ କାମ୍ଭମପତି ମାଲକାନଗିରି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି