Hot Posts

6/recent/ticker-posts

୯ ଟି ପଞ୍ଚାୟତର ଲୋକଙ୍କ ସ୍ୱର — “ଧୋଡ୍ରାକୁ ନୂତନ ବ୍ଲକ ମାନ୍ୟତା ଦିଆଯାଉ”

ଝରିଗାଁ, ୦୮/୦୯ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧିନସ୍ଥ ଧୋଡ୍ରା ଠାରେ ଆଜି ଧୋଡ୍ରା ପଞ୍ଚାୟତ ସମିତି ଓ ବ୍ଳକ ପୂନର୍ଗଠନ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବିବି ଛାଟ ଇ ନସିଂ କଲେଜ ଠାରୁ ଧୋଡ୍ରା ସ୍ଥିତ ଶିବ ମନ୍ଦିର ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ୯ ଗୋଟି ପଞ୍ଚାୟତର ସରପଞ୍ଚ , ୱଡମେମ୍ବର , ସମିତି ସଭ୍ୟ, ଜିଲ୍ଲା ପରିଷଦ , ପୂର୍ବତନ ଜିଲ୍ଲା ପରିଷଦ, ପୂର୍ବତନ ସରପଞ୍ଚ , ବୟଜ୍ୟେଷ୍ଠ ସମାଜସେବୀ, ପ୍ରତି ପଞ୍ଚାୟତର ଶତାବ୍ଦିକ ଲୋକ ଉପସ୍ଥିତ ରହି ନୂତନ ବ୍ଳକର ମାନ୍ୟତା ଦାବି ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ବିବି ଛାଟଇ ନସିଂ କଲେଜ ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ନୂତନ ବ୍ଳକ ମାନ୍ୟତା ଦାବି ନେଇ ନାରା କରାଯାଇଥିଲା।ପରେ ଶିବମନ୍ଦିର ପ୍ରାଣଙ୍ଗରେ ଏକ ବୈଠକ କରାଯାଇ ଉକ୍ତ ବୈଠକରେ ମାନ୍ୟବର ସାଂସଦ ପ୍ରତିନିଧି , ମାନ୍ୟବର ବିଧାୟକଙ୍କୁ ନୂତନ ବ୍ଳକ ଗଠନ ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ମାନ୍ୟବର ବିଧାୟକ ଦାବି ପତ୍ରକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିକଟକୁ ଦାବି ପତ୍ରକୁ ପହଞ୍ଚାଇ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି। ଏଥିରେ ଉପସ୍ଥିତ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଧାୟକ ନରସିଂଭତ୍ରା, କମିଟିର ସଭାପତି ପୂର୍ବତନ ଚେୟାରମେନ ଉଲଧର ମାଝୀ, ଧୋଡ୍ରା ସରପଞ୍ଚ ମହନ୍ଦ୍ର ଭତ୍ରା,ପୂର୍ବତନ ସରପଞ୍ଚ ହରବିନ୍ଦ ଗୁପ୍ତା, ସମାଜସେବୀ କେଦାର ପଟ୍ଟନାୟକ, ସମାଜସେବୀ ମଙ୍ଗଳା ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଭାଗିରଥି ନାୟକ, ପୂର୍ବତନ ସମିତି ସଭ୍ୟ ଶୁକ୍ରି ଭତ୍ରା, ପୂର୍ବତନ ବକଡ଼ାବେଡ଼ା ସରପଞ୍ଚ ହରି ପୂଜାରୀ, ଅର୍ଜୁନ ସମରଥ, ସାଇମନ ବିଡିକା , ଭୂୟାଁ ସାର, ସମେତ ୯ ଗୋଟି ପଞ୍ଚାୟର ବରିଷ୍ଟ ସମାଜସେବୀ ଉପସ୍ଥିତ ଥିଲେ।