Hot Posts

6/recent/ticker-posts

ଚିକିତ୍ସା ଅବହେଲାରେ ଗର୍ଭବତୀ ଆଶାକର୍ମୀର ମୃତ୍ୟୁ, ଉମରକୋଟରେ ତୀବ୍ର ଉତ୍ତେଜନା

ଉମରକୋଟ, ୦୧ / ୦୯ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ବଡବାସନୀ ଗ୍ରାମର ଗର୍ଭବତୀ ଆଶାକର୍ମୀ ଦମୟନ୍ତୀ ଭତ୍ରା ଙ୍କ ଚିକିତ୍ସା ଅବହେଲା ରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରବିବାର ଅପରାହ୍ନରେ ପ୍ରସବ ଯନ୍ତ୍ରଣା ହେବାରୁ ଦମୟନ୍ତୀ ଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ୩ ଘଂଟା ଚିକିତ୍ସା କରି ପରେ ନବରଙ୍ଗପୁର କୁ ରେଫର କରାଯାଇଥିଲା ।ନବରଙ୍ଗପୁର ଯିବା ସମୟରେ ରାସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଆଶାକର୍ମୀ ଙ୍କ ପରିବାର ଓ ଆଶା ସଂଘ ପକ୍ଷରୁ ଏହି ଘଟଣାକୁ ନେଇ ଚିକିତ୍ସା କରୁଥିବା ଡାକ୍ତର ସାମରିକ ସ୍ୱାଇଁ ଙ୍କୁ ଦାୟୀ କରିଛନ୍ତି। ଡାକ୍ତରଙ୍କ ଅବହେଲା ଯୋଗୁଁ ଅକାଳରେ ଆଶା କର୍ମୀଙ୍କ ମୃତ୍ୟୁବରଣ କରିଥିବା ପ୍ରକାଶ କରୁ ଛିନ୍ତି । ଏହି ଘଟଣା ପରେ ଉମରକୋଟ ଡି ଏନ୍ କେ ମେଡିକାଳ ଛୋକଠାରେ ମୃତ୍ୟୁ ଆଶା କର୍ମୀଙ୍କ ମୃତ୍ୟୁ ଶରିର ରଖି କ୍ଷତିପୁରଣ ଦାବିରେ ଆଶାକର୍ମୀ ସଂଘ ଓ ଜିଲ୍ଲା ମଜଦ୍ୱର ସଂଘ ଆନ୍ଦୋଳନ କରୁଛନ୍ତି।ଆଶାକର୍ମୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଲକ୍ଷ ଟଙ୍କା ଦିଆଯାଉ ବୋଲି କ୍ଷତିପୂରଣ ଦାବିରେ ରଖାଯାଇ । ତୁରନ୍ତ ଡ଼ାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଡାକ୍ତର ସାଗରିକା ସ୍ଵାଇଁ କିଛି ଦିନ ପୂର୍ବେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ବିଭାଗରେ କାର୍ଯ୍ୟା ଆରମ୍ଭ କରିଥିଲେ । କାର୍ଯ୍ୟ ଆରମ୍ଭ କରିବାର ପରଦିନ ଠାରୁ ଅଧିକାଂଶ ସମୟରେ ଗର୍ଭବତି ମହିଳାଙ୍କୁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟକୁ ରେଫର କରୁଥିବା ଅଭିଯୋଗ କରୁଛନ୍ତି। ଆନ୍ଦୋଳନକାରୀ ପ୍ରତିବାଦ ପାଇଁ ମୃତ୍ୟୁ ଶରିର କୁ ଗ୍ରାମବାସୀ କୋକେଇ ସାହାଯ୍ୟରେ ପ୍ରାୟ ୫ କିଲୋମିଟର ବହି ବହି ଉମରକୋଟ ଆଣି ରାଜ ରାସ୍ଥାରେ ରଖି ପ୍ରତିବାଦ କରୁଛନ୍ତି । ଫଳରେ ଉମରକୋଟ ରୁ ନବରଙ୍ଗପୁର କୁ ଯାତାୟତ ବାଧାପ୍ରାପ୍ତ ହୋଇଛି।