ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
କନ୍ଧମାଳ, ୦୫/୦୯ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଅନ୍ତର୍ଗତ ଲାସେରି କ୍ଲଷ୍ଟରର ନୂଆଁ ଭାଣ୍ଡ୍ରି ବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଲାସେରି କ୍ଲଷ୍ଟରର ଗେଟାବାଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉଗ୍ରସେନ ପ୍ରଧାନ ଅବସର ଗ୍ରହଣ କରିଥିବାରୁ କ୍ଲଷ୍ଟର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟଗଡ ବ୍ଲକ ଏନ ପି ଏସ୍ ଶିକ୍ଷକ ସଂଘ ସଭାପତି ଶ୍ରୀ ନାଗାର୍ଜୁନ ବଡସେଟ ଯୋଗଦେଇ ଥିଲେ । ଶ୍ରୀ ପ୍ରଧାନ ଜଣେ କର୍ତ୍ତବ୍ୟ ପରାୟଣ ଆଉ ସଚ୍ଚୋଟ ବ୍ୟକ୍ତି ଭାବେ ଶିକ୍ଷକତା କରି ଥିବାରୁ ତାଙ୍କର ଶିକ୍ଷକ ଜୀବନୀ ଉପରେ ସ୍ମୃତି କରିବା ସହିତ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ ତଦ୍ ସହିତ ଉପସଭାପତି ଶିକ୍ଷକ ଶ୍ରୀ ବୁଲୁ ମଲିକ ଅବସର ପରେ ତାଙ୍କର ଜୀବନ ସୁଖମୟ ରେ କଟିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସ୍ଥାନୀୟ ସିଆରସିସି ତଥା ଏନପିଏସ ସଂଘର ସମ୍ପାଦକ ସୁଗ୍ରୀବ ନାୟକ ଶ୍ରୀ ପ୍ରଧାନଙ୍କର ଅଫିସରେ କାଗଜପତ୍ର କିପରି ସୁଚାରୁ ରୂପେ ହୋଇ ପାରିବ ସେ ବିଷୟରେ କାର୍ଯ୍ୟାଳୟରୁ ଆସିଥିବା ଅଧିକାରୀଙ୍କୁ ଜଣାଇ ଥିଲେ । ଏଥିରେ ଶ୍ରୀ ରତନ କୁମାର ଗଣ୍ଡା,ନକୁଳ ମଲିକ,ଆମଜାଦ ଉଟଣାସିଂ ସମସ୍ତ ସାଜ ସଜା ସହ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ପୃଥିବୀ କୁମାର ପ୍ରଧାନ କରିଥିବା ବେଳେ ଭାଣ୍ଡ୍ରି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ମଝିଆସେଟ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।