କୋରାପୁଟ ଜିଲ୍ଲା କୋଟିଆ ର ଆଦର୍ଶ ବିଦ୍ୟାଳୟ ଦ୍ଵାରା ହକି ଖେଳ ।
କୋରାପୁଟ, ୧୭ / ୦୯ ( ଗୁପ୍ତପ୍ରସାଦ ପତ୍ରିକା/ପଦଲାମ୍ ଦୋରା ) : ଆଜି ଖେଳ ମାନଙ୍କ ମଧ୍ଯରେ ଅନ୍ୟତମ ଖେଳ ଯାହା ରାଷ୍ଟ୍ରିୟ ଖେଳ ହକି କିନ୍ତୁ ଏହା ଓଡ଼ିଶା ରାଜ୍ୟରେ କେତେକ ଜିଲ୍ଲା କୁ ବାଦଦେଲେ ଅନ୍ୟ ଜିଲ୍ଲାରେ ଏହା ଗୋଟିଏ ନାମକୁ ମାତ୍ର ଖେଳ ରେ ଗଣାଯାଏ । ଆଜି ଦିନରେ କ୍ରିକେଟ ଖେଳାଳି ଓ ଆଗ୍ରହୀ ଦର୍ଶକ ଘରେ ଘରେ ରହିଥିବା ବେଳେ ହକି ଖେଳ କୁ ବା କିଏ ପଚାରେ, କିନ୍ତୁ ଆଜି ଗର୍ବ ଓ ଗୌରବ ଆଣିଛି ଆମ ଜିଲ୍ଳା କୋରାପୁଟ ର କଟିଆ ର ସ୍ଵତନ୍ତ୍ର ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ । କୋରାପୁଟ ଜିଲ୍ଳାରେ ଲିଭି ଯାଇଥିବା ହକି ଖେଳକୁ ପୁର୍ଣ୍ଣ ପ୍ରଜ୍ବଳନ କରିଛନ୍ନ୍ତି ଏହି ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ପ୍ରତାପ ଖାଲକୋ ସେ ସୁନ୍ଦର ଗଡ଼ ଜିଲ୍ଲାରୁ ଆସିଥିବା ହେତୁ ଏହି ରାଷ୍ଟ୍ରିୟ ଖେଳକୁ କୋଟିଆ ଭଳି ଅଧୁଶିତ ଗାଁରେ ଛାତ୍ର ଛାତ୍ରୀଙ୍କୁ ଖେଳ ର ପ୍ରେରଣା ଦେଇ ପ୍ରସ୍ତୁତ କରିଛନ୍ତି ଏବଂ ଗୋଟିଏ ଗୋଟିଏ ହକି ଖେଳର ଯୋଦ୍ଧା ରୂପେ ଉଭା କରେଇଛନ୍ତି , ଆଜି ଜିଲ୍ଲା ସ୍ତରକୁ ଆଣିବାରେ ଶ୍ରୀଯୁକ୍ତ ପ୍ରତାପ ଖାଲକୋଙ୍କ ର ବହୁ ଅବଦାନ ରହିଛି। ତାଙ୍କ ପ୍ରଚେଷ୍ଟା ବାସ୍ତବରେ ଆମ ରାଜ୍ୟ ଏବଂ ଦେଶ ପାଇଁ ଏକ ଗୌରବର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଖୁସିର ବିଷୟ ଏହିଯେ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ District Level trial re ଚୟନ କରାଯାଇଛି ।
Under-17 Girls ରେ ଅଷ୍ଟମ ଶ୍ରେଣୀର ଛାତ୍ରୀ Sanjana Hantal,Under -14 Girls ରେ ଅଷ୍ଟମ ଶ୍ରେଣୀର Rubina pangi,
ସପ୍ତମ ଶ୍ରେଣୀର Diptirekha Hantal ଓ Bharati Hantal,
ଏବଂ Under -14 Boys ରେ ସପ୍ତମ ଶ୍ରେଣୀର Raja guntha ସଫଳତାର ସହିତ ପରବର୍ତ୍ତୀ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁନ୍ଦରଗଡ ଜିଲ୍ଲାକୁ ଗସ୍ତ କରିବେ ।
ଏହି ଖବର ପାଇ ସ୍ଵତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ଖାଲକୋ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ଛାତ୍ର ଛାତ୍ରୀ ମାନେ ନୂଆ ଅନୁଭବ ପାଇବା ପାଇଁ ନୂଆ ପରିବେଶକୁ ପ୍ରଥମ ଥର ପାଇଁ ନିଜ ଜିଲ୍ଲାରୁ ବାହାର ଜିଲ୍ଲାକୁ ଯିବେ ,ତେଣୁ ଶ୍ରୀଯୁକ୍ତ ଖାଲକୋ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ପାଇଁ ଅଭ୍ୟାସ କରାଇବାରେ ବ୍ୟସ୍ତ ରହିଥିବା ସେ କହିଛନ୍ତି ।
କୋରାପୁଟ ( କଟିଆ )ରୁ ଗୁପ୍ତପ୍ରସାଦ ପତ୍ରିକା ଙ୍କ ସହ ରିପୋର୍ଟର ପଦଲାମ୍ ଦୋରାଙ୍କ ରିପୋର୍ଟ , NBADUTA NEWS,