ବ୍ଲକ ସ୍ତରୀୟ କଂଗ୍ରେସ ସମ୍ମିଳନୀ ସଂଗଠନ ସୃଜନ ଅଭିଯାନ
ସିନାପାଲି, ୦୫ / ୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ଆନନ୍ଦ ଭବନ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ସଂଗଠନ ସୃଜନ ଅଭିଯାନ ୨୦୨୫ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ଲକ କଂଗ୍ରେସ କମିଟି ବ୍ଲକ କାର୍ଯ୍ୟାଳୟ ଠାରୁ ଅତିଥି ମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ଆଣିଥିଲେ। ଭୀଷ୍ମ ସୁନାନି ଅତିଥି ମାନଙ୍କୁ ମଞ୍ଚାସିନ ଅତିଥି ପରିଚୟ, ଅତିଥି ମାନଙ୍କୁ ଓପଢୌକନ ଦେଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ସଂଗଠନ ସୃଜନ ଅଭିଯାନ ସମ୍ମିଳନୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଚିବ ମନୋଜ ଚୌହାନ ଯୋଗଦାନ କରିଥିଲେ। ଉପସ୍ଥିତ ଶତାଧିକ କଂଗ୍ରେସ ପ୍ରେମି ମାନଙ୍କୁ ପରାମର୍ଶ ପ୍ରେରଣା ଦେବା ସହିତ ଜାତୀୟ ସ୍ତରରେ କଂଗ୍ରେସ ମଜବୁତ ରହିଛି। ବର୍ତମାନ ତୃଣମୂଳ ସ୍ତରରେ ଦଳ ଓ ସଂଗଠନ କୁ ମଜବୁତ କରିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦୁଇ ପର୍ଯ୍ୟବେକ୍ଷକ ମୁରଲୀ ନାଏକ ଓ ଟଙ୍କଧର ସାହୁ ଯୋଗଦାନ କରି ଏକମନ ଏକଚିତ୍ତରେ ଦଳ ଓ ସଂଗଠନ କୁ ସୁଦୃଢ ମଜବୁତ କରିବା ସହ ତୃଣମୂଳ ସ୍ତରରେ ସଂଗଠିତ ହେବାକୁ ଆହ୍ୱାନ କରି ସଭାରେ ଭୋଟ ଚୋର ଗାଦି ଛୋଡ଼ ନାରାବାଜି ଦେଇ ଶତାଧିକ କର୍ମୀଙ୍କ ଆଗ୍ରହ କୁ ଦୁଇ ଗୁଣି କରିବା ସହିତ ବିଶ୍ୱାସ ଓ ଇଚ୍ଛା ଶକ୍ତି କୁ ବାଡାଇଥିଲେ। ଏହି କାଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି, ବରିଷ୍ଠ କଂଗ୍ରେସ ସଦସ୍ୟ ଘାସିରାମ ମାଝୀ, ଖଡ଼ିଆଳ ନଗର କଂଗ୍ରେସ ସଭାପତି ପ୍ରବୀଣ ପଟ୍ଟନାୟକ, ସହଦେଵ ମାଝୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ୨୭ଗୋଟି ଗ୍ରାମ ପଂଚାୟତ ର ଶତାଧିକ କଂଗ୍ରେସ ପ୍ରେମି ଉପସ୍ଥିତ ଥିଲେ।