ଓ ଏଲ ଏମ ପକ୍ଷରୁ ନିଯୁକ୍ତି ପାଇଥିବା ମହିଳା କର୍ମଚାରୀଙ୍କ ଚାକିରି ବିପଦ ପୂର୍ଣ୍ଣ
କୋରାପୁଟ, ୨୬ / ୦୯ ( ରଜତ ବାଘ ) : କୋରାପୁଟ ଜିଲ୍ଲା ଅନ୍ତର୍ଗତ ସିମିଳିଗୁଡା ବ୍ଳକର ୧୭ ଗୋଟି ଗ୍ରାମ ପଂଚାୟତର ମିଶନ ଶକ୍ତି ସମସ୍ତ ମହିଳା କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରକାଶ ଥାଉକି ଓ ଏଲ ଏମ ଏବଂ ମିଶନ ଶକ୍ତି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶାର ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସଶକ୍ତିକରଣ କରିବାକୁ ପ୍ରୋତ୍ସାହନ କରେ । ଏଥିପାଇଁ ପୂର୍ବ ସରକାର ଗ୍ରାମାଞ୍ଚଳ ମହିଳାଙ୍କୁ ସଶକ୍ତି କରଣ କରିବାକୁ ଅନେକ ଯୋଜନା ପ୍ରସ୍ତୁତ କରି ସି ଆର ପି, ଏମ ବୀ କେ, କୃଷି ମିତ୍ର,ବ୍ୟାଙ୍କ୍ ମିତ୍ର, ଭଳି ମହିଳା ମାନଙ୍କୁ ଗ୍ରାମାଞ୍ଚଳ ସ୍ଥରରେ ନିଯୁକ୍ତି ଦେଇ , ଗ୍ରାମୀଣ ମହିଳା ମାନଙ୍କ ଏସ ଏଚ ଜି ଦଳ ଗଠନ କରି ରାଜ ନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ସମ୍ବଳ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଦାୟୀତ୍ବ ନ୍ୟସ୍ତ କରିଥଲେ। କିନ୍ତୁ ସରକାର ପରିବର୍ତ୍ତନ ହେବା ପରେ ଉକ୍ତ କର୍ମୀ ମାନଙ୍କ ଚାକିରି ବିପଦରେ ଅଛି। ମିଶନ ଶକ୍ତି କର୍ମି କହିବା ଅନୁସାରେ ଆମ ଅକ୍ଲାନ୍ତ ପରିଶ୍ରମ ଦ୍ବାରା ଏସ ଏକ ଜି ଗ୍ରୁପ୍ ଗଠନ କଲୁ, ମଧ୍ୟସ୍ଥି ହେଇ ବ୍ୟାଙ୍କ୍ ଋଣ ପ୍ରଦାନ କରାଇଲୁ , ଯଦ୍ୱାରା ମା ମାନେ ବ୍ୟବସାୟ ପ୍ରତିଷ୍ଠାନ କଲେ। ମହିଳା ମାନଙ୍କୁ ଲକ୍ଷପତି କଲୁ । ଆଜି ସରକାର ବାଃ ବାଃ ନେଉଛି।କେବଳ ସେତିକି ନୁହେଁ ସରକାର କୁ ମଧ୍ୟ ଶୁଦ୍ଧ ପରିଷଦ କରାଇ ଫାଇଦା ଦେଲୁ । କୃଷକ ମାନଙ୍କୁ ସଚେତନ କଲୁ, ଅଧିକ ଉତ୍ପାଦନ ପାଇଁ ଶିକ୍ଷା ଦେଲୁ, ଘର ଭିତରୁ ବାହାର କରାଇ ବିଭିନ୍ନ ଅଫିସ୍, ବ୍ୟାଙ୍କ୍ ଦେଖାଇଲୁ , ବିଭିନ୍ନ ସରକାରୀ ଅଫିସର ମାନଙ୍କୁ ସାକ୍ଷାତ କରାଇଲୁ,ନିଜ ସାହି ଅଞ୍ଚଳର ସମସ୍ୟା ଜଣାଇବା ଫଳରେ ସହଜରେ ଅନେକସମସ୍ୟର ସମଧନାହେଲା । କିନ୍ତୁ ବର୍ତ୍ତମାନ୍ ର ସରକାର କହୁଛି ଯେ ତମେ ଅଦରକାରୀ ନାରୀ । ତୁମକୁ ଛୁଟେଇ କରିଦିଆଯିବା । ସରକାର କହୁଛି ଯେ ପଞ୍ଚାୟତର ରେଭେନ୍ୟୁ ଗ୍ରାମରେ ହିଁ ଗୋଟିଏ ଲେଖାଏଁ ସି ଆର ପି ରହିବେ , ତା ଛଡ଼ା ମାସିକ ଦରମା ବଦଳେ କେବଳ ଇନ୍ସେନଟିବ ଦିଆ ଯିବ। ହେଲେ ପଂଚାୟତରେ ଗୋଟିଏ କିମ୍ବା ଦୁଇଗୋଟି ରଭେନ୍ୟୁ ଗ୍ରାମ ଅଛି, ଯଦି ଦୁଇ ଜଣ ନିଯୁକ୍ତି ହୁଅନ୍ତି ତାହାହେଲେ ପଂଚାୟତରେ ପାଖାପାଖି 15 ରୁ ଉର୍ଦ୍ଧ୍ବ କର୍ମୀ ଅଛନ୍ତି ସେମାନେ କୁଆଡେ ଯିବେ । ଏହି ସବୁ ନ୍ୟାର୍ଯ୍ୟ ଦାବୀ ନେଇ ଆଜି ବ୍ଲକ୍ ଘେରାଉ କରିଥିବା ଦେଖିବାକୁ ମିଳିଛି। ଆମ ରାଜ୍ୟର , ଡେପୁଟୀ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହେଇ , ମହିଳା ମାନଙ୍କ ଦୁଃଖଦ, ହୃଦୟ ବେଦନା ଅନୁଭଵ ନ କରିବା ଏହା ମହିଳା ଜାତି ପାଇଁ କଳଙ୍କ ଅଟେ। ସେ କହନ୍ତି ସୁଭଦ୍ରା ଯୋଜନାରେ 5000 ଟଙ୍କା ରେ ଛେଳି କିଣି ମହିଳା ମାନେ ସବାଲମ୍ବି ହେଉଛନ୍ତି ବଲି ଡାଙ୍ଗରା ପିଟୁଥିବା ପ୍ରଭାତୀ ପରିଡ଼ା ଆଜି ମହିଳାଙ୍କ ପ୍ରଗତି ପଥରେ ସାଜିଛନ୍ତି ରୁକାବାଟ। ଦେଖାଯାଉ ଆଗାମୀ ଦିନରେ ସରକାର ମହିଳାଙ୍କ ଉନ୍ନତି ଦିଗରେ କାମ କରିବାକୁ ଆଗ୍ରହୀ ନ ସଂହାର କରିବେ ।
କୋରାପୁଟ ଜିଲ୍ଲାରୁ ରଜତ ବାଘଙ୍କ ରିପୋର୍ଟ୍ ନାବଦୂତ ନ୍ୟୁଜ ଓଡ଼ିଶା।