୩୦ଥର ରକ୍ତ ଦାନ କରି ପ୍ରଶଂସାରେ ସାମ୍ବାଦିକ
ସିନାପାଲି, ୨୬/୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଳିଙ୍ଗ 24 ପ୍ରତିନିଧି ମଳୟ ମେହେର ୩୦ଥର ରକ୍ତ ଦାନ କରି ଏକ ମହତ୍ କାମ କରିଥିବାରୁ ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି। କଥାରେ ଅଛି "ରକ୍ତ ଦାନ ମହତ ଦାନ" । ଜଣେ ବ୍ୟକ୍ତି ରକ୍ତ ଦାନ କରିବା ଦ୍ୱାରା ଅନେକ ପ୍ରକାରର ଉପକାର ହୋଇଥାଏ। ପ୍ରାପ୍ତ ଖବର ଅନୁସାରେ ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଂଚାୟତ ଦର୍ଲିପଡ଼ା ଗ୍ରାମର ଗଣେଶ ରାମ ମାଝୀ ରକ୍ତ ହୀନତା କାରଣ ଯୋଗୁଁ ଖଡ଼ିଆଳ ମିଶନ ହସ୍ପିଟାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କୁ ରକ୍ତ ର ଆବଶ୍ୟକତା ଜରୁରୀ ପଡ଼ିବାରୁ ସିନାପାଲି ବ୍ଲଡ଼ ଡୋନେଟ ସେଫ ଲାଇଫ ୱାଟସପ୍ ଗ୍ରୁପ୍ ଜରିଆରେ ଅନୁରୋଧ ଜଣାଇଥିଲେ। ଏହା ଜାଣିବା ପରେ କଳିଙ୍ଗ ନ୍ୟୁଜ୍ 24 ସାମ୍ବାଦିକ ମଳୟ ମେହେର ଇଚ୍ଛା କରି ରକ୍ତ ଦାନ କରିବା ପାଇଁ ଯୋଗାଯୋଗ କରିଥିଲେ ଏବଂ ଖଡ଼ିଆଳ ମିଶନ ହସ୍ପିଟାଲକୁ ଯାଇ ରକ୍ତ ଦାନ କରିଥିଲେ। ସୂଚନା ଥାଉକି ଶ୍ରୀ ମେହେର ଏହା ପୂର୍ବରୁ ୨୯ଥର ରକ୍ତ ଦାନ କରି ସାରିଛନ୍ତି ଏବଂ ଆଜିର ରକ୍ତ ଦାନକୁ ମିଶାଇ ସମୁଦାୟ ୩୦ଥର ରକ୍ତ ଦାନ କରିସାରିଲେଣି। ତାଙ୍କ କଥିତ ଅନୁସାରେ ରକ୍ତ ଅଭାବରୁ ଯେପରି କାହାର ମୃତ୍ୟୁ ନହୁଏ ତା ସହିତ ରକ୍ତ ଦାନ କରି ଆତ୍ମସନ୍ତୋଷ ମିଳେ ବୋଲି ମତପ୍ରକାଶ କରିଛନ୍ତି। ଏପରି ମହତ କାର୍ଯ୍ୟ ଏକ ପ୍ରଶଂସନୀୟ ତେଣୁ ଆଜି ତାଙ୍କୁ ସିନାପାଲି ଅଞ୍ଚଳର ଅନେକ ଲୋକ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି।