ବ୍ଲକ୍ ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ମିଶନ ଶକ୍ତି କର୍ମକର୍ତ୍ତା
ସିନାପାଲି, ୨୬/୦୯ (ଶୋଭାରାମ ମହାନନ୍ଦ) : ଓଡିଶା ମିଶନ ଶକ୍ତି ସଂଘର ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସିନାପାଲି ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ପକାଇ ଗଣଧାରଣାରେ ବସିଛନ୍ତି। ଏହି ଧାରଣାରେ ୨୭ଗୋଟି ଗ୍ରାମ ପଂଚାୟତରେ କାର୍ଯ୍ୟରତ ଏମବିକେ, ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କମିତ୍ର, ଏବଂ ସିଆରପି ସାମିଲ ଥିଲେ। ଗତ ୨୨ ସେପ୍ଟେମ୍ବର ବୁଧବାର ଦିନ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ସିନାପାଲିଙ୍କ ଜରିଆରେ ନିଜର ୭ଗୋଟି ନ୍ୟାର୍ଯ୍ୟା ଦାବି ପୁରଣ ସକାଶେ ରାଜ୍ୟ ସରକାରଙ୍କୁ ପ୍ରେରଣ କରିଥିଲେ। ଦାବି ଗୁଡ଼ିକ ହେଲା ୧– ମିଶନ ଶକ୍ତି କର୍ମୀ ମାନଙ୍କ ଛଅ ମାସର ବକେଆ ଦରମା ଶିଘ୍ର ମିଲୁ । , ୨- ପୂର୍ବପରି ସ୍ଥାୟୀ ଦରମା , ୩- ସ୍ଥାୟୀ ନିଯୁକ୍ତି ଦିଆଯାଉ, ୪- ଚେକ୍ ମାଧ୍ୟମରେ ଦିଆଯାଉଥିବା ମାସିକ ଦରମାକୁ ନିଜ ବ୍ୟାଙ୍କ ଖାତାରେ ଦିଆଯାଉ, ୫- କାର୍ଯ୍ୟ ଅନୁଯାଇ ବଦ୍ଧିତ ପାରିଶ୍ରମିକ ଦିଆଯାଉ, ୬- ନିଜ କାର୍ଯ୍ୟ ଅନୁସାରେ ବୋନସ ପ୍ରୋତ୍ସାହନ ରାଶି ବନ୍ଦ କରାଯାଉ, ୭- ରାଜସ୍ଵ ଗ୍ରାମ ପ୍ରୋତ୍ସାହନ ବନ୍ଦ କରାଯାଉ। ପ୍ରକାଶ ଯୋଗ୍ୟ ଯେ କମ୍ମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଭାବରେ ଗ୍ରାମାଞ୍ଚଳରେ ଦୀର୍ଘବର୍ଷ ହେବ ଏମାନେ କାମ କରୁଛନ୍ତି। ୬ମାସ ହେଲା ଏହି କର୍ମକର୍ତ୍ତା ମାନେ ଦୁର୍ଦ୍ଧିନ ଭିତରେ ପରିବାର ଚଳାଉଥିବା ବେଳେ ପେଟରେ ଭୋକ ଓ ମନରେ କୋହ ବଢୁଛି। ବର୍ତ୍ତମାନ ପାର୍ବଣଋତୁ ଚାଲିଛି ଏହି ସମୟରେ ମଧ୍ୟ ସେମାନଙ୍କୁ ଦରମା ଦିଆଯାଇ ନାହିଁ। ତେଣୁ ମନରେ କୋହ ରଖି ରାଜ୍ୟର ପ୍ରତ୍ୟେକ ବ୍ଲକ୍ ମିଶନ ଶକ୍ତି କାର୍ଯ୍ୟାଳୟରେ ରାଜ୍ୟ ମିଶନ ଶକ୍ତି ସଂଘର ଆହ୍ବାନ କ୍ରମେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଦକ୍ଷତା ଭିତରେ ନୁହେଁ ନିର୍ଦ୍ଧାରିତ ଦରମା ଦେବାକୁ ଦାବି ଓ ୨୦୦୯ ମସିହାରୁ ରାଜ୍ୟର ବିଭିନ୍ନ ଜିଲ୍ଳା ରୁ ପଂଚାୟତ ଅଫିସ ପର୍ଯ୍ୟନ୍ତ ଏମାନେ କାର୍ଯ୍ୟରତ ଥିବା ବେଳେ ଏବେ ଅଣଦେଖା କରାଯାଉଥିବା ସଂଘ ଅଭିଯୋଗ କରିଛି। ଆଜି ଏହି କର୍ମ କର୍ତ୍ତା ମାନେ ବ୍ଲକ୍ ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଜୋରଦାର ପ୍ରତିବାଦ କରିଛନ୍ତି।