କବିତା କ୍ରିଏସନ ନାମକ ସିନେମା ଗୃହ ଆରମ୍ଭ।
ଜୟପୁର, ୧୯।୯ ( ଏ. ଭେଙ୍କଟ ରାଓ ) : କବିତା କ୍ରିଏସନ ନାମକ ଏକ ସିନେମା ଗୃହ କଳାକାର କାଳି ପ୍ରସାଦ ମିଶ୍ରଙ୍କ ଦିବଙ୍ଗୋତ ପତ୍ନୀ ସ୍ୱର୍ଗୀୟ କବିତା କୁମାରୀ ମିଶ୍ରଙ୍କ ସ୍ମୁତି ଉଦ୍ଦେଶ୍ୟରେ ସହରର ଏକ ମଣ୍ଡପରେ ଆରମ୍ଭ ହୋଇଛି। ଏହି ସିନେମା ଗୃହ ଉତ୍ସର୍ଗ କାର୍ଯ୍ୟକ୍ରମରେ ବିନୋଦିନ ସାନ୍ତ୍ରାପାତ୍ର ଗୋବିନ୍ଦ ସାହୁ ଏବଂ ସୁବାଷ ରାଉତ ଅତିଥି ରୂପେ ଯୋଗଦେଇ ମୋଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମକୁ ମୋନୋଜ ପାତ୍ର ମୋଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଭଇୁଁରିର ଖେଳ ନାମକ ଏକ ସିନେମାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ କୁମାର ଦାସ ପ୍ରଜଯୋକ ବସନ୍ତ କୁମାର ଭଟ୍ଟ ରହିଛନ୍ତି। ଏଥିରେ ସହଯୋଗ କରୁଛନ୍ତି ବ୍ୟୋମକେଶ ଭୈରବ ମହାନ୍ତି, ଭୁବନ ଷଡ଼ଙ୍ଗୀ, ଧିରେନ ପଟ୍ଟନାୟକ, ରବୀନ୍ଦ୍ର ପାତ୍ର,କାଳି ପ୍ରସାଦ ମିଶ୍ର ପ୍ରମୁଖ।