କୁଆମନିଆଁ ଗାଁ ରେ ୫ତମ ବର୍ଷ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ବରଗଡ଼, ୧୯ / ୦୯ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ସୋହେଲା ଅଧୀନରେ ଥିବା କୁଆମନିଆଁ ଗ୍ରାମ ଠାରେ ୫ତମ ବର୍ଷ ପବିତ୍ର ବିଶ୍ୱକର୍ମା ପୂଜା ଦୁମଧାମ ରେ ପାଳିତ ହୋଇଥିଲା l ଏହି କୁଆମନିଆଁ ଗ୍ରାମର ବିଶ୍ୱକର୍ମା ପୂଜା କାର୍ଯ୍ୟକର୍ତା ଶ୍ରୀଯୁକ୍ତ ଲୋକନାଥ ମେହେର ଓ ତାଙ୍କ ଧର୍ମପତ୍ନୀ ରୁକ୍ମଣୀ ମେହେର ଏହି ପୂଜା ର କାର୍ଯ୍ୟକର୍ତ୍ତା ଭାର ତୁଲାଇଥିଲେ ଉକ୍ତ ବିଶ୍ୱକର୍ମା ପୂଜାରେ ସମସ୍ତେ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ l ଏହି ବିଶ୍ୱକର୍ମା ପୂଜା ର ସଭାପତି ରାମଚନ୍ଦ୍ର ମେହେର ଙ୍କୁ ମୋନାନୀତ କରାଯାଇଥିଲା l ବିଶ୍ୱକର୍ମା ଉପଲକ୍ଷେ ପାରାୟଣ, କୀର୍ତ୍ତନ,ଭଜନ, ପ୍ରବଚିକା କାର୍ଯ୍ୟକ୍ରମ ରଖାଯାଇଥିଲା l ଉକ୍ତ ବିଶ୍ୱକର୍ମା ପୂଜା ଦେଖିଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ତା ମଧ୍ୟ କରାଯାଇଥିଲା l ଆଗାମୀ ବର୍ଷ ଯଦି ବାବା ବିଶ୍ୱକର୍ମା ଙ୍କ ଆଶ୍ରିବାଦ ହେଲେ ଧୂମଧାମ ର ସହିତ ପାଳିତ କରି ଆଉ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା l
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ