ଯସ୍ୱଶୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିବସରେ ରକ୍ତଦାନ ଶିବିର ।
କନ୍ଧମାଳ, ୧୭/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ରକ୍ତଭଣ୍ଡାର ଠାରେ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଆଜି ଆମର ବିଶ୍ୱର ଲୋକପ୍ରିୟ ନେତା ତଥା ଆମ ଭାରତର ଯସ୍ୱଶୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ସଭାପତି ମୁକ୍ତିକାନ୍ତ ନେତୃତ୍ୱରେ ଫୁଲବାଣୀ ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ,ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ଯୋଗଦେଇ ଥିଲେ ।ଜିଲ୍ଲାର ବିଭିନ୍ନ ଅଞ୍ଚଳର କାର୍ଯ୍ୟକର୍ତ୍ତା କର୍ମୀ ଆସି ରକ୍ତଦାନ କରିଥିବା ବେଳେ ସମୁଦାୟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ ବିଶି ମାଝୀ,ରାଜ୍ୟ ବିଜେପି ସଦସ୍ୟା ତଥା ଖଜୁରୀପଡା ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମୁକ୍ତିକାନ୍ତ ମହାନ୍ତି, ଫୁଲବାଣୀ ନଗର ସଭାପତି ତଥା ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଖଜୁରୀପଡା ବ୍ଲକ ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଫୁଲବାଣୀ ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି, ବଲସକୁମ୍ପା ମଣ୍ଡଳ ସମ୍ପାଦକ ଦେବାଶିଷ ସାହାଣୀ, ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଖଜୁରୀପଡା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ଦେବାଶିଷ ପ୍ରିୟଦର୍ଶିନୀ ସାହୁ, ସିଦ୍ଧାର୍ଥ ସାହୁ, ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।