Hot Posts

6/recent/ticker-posts

ଗ୍ରାମବାସୀଙ୍କ ଅଭିଯୋଗ ପରେ ପଦକ୍ଷେପ ନେଲେ ବିଧାୟକ

କନ୍ଧମାଳ, ୧୬/୯ (ଅଚ୍ୟୁତ ଜାନୀ) କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ମୁଖ୍ୟାଳୟ ଗାଡ଼ିଆପଡା ଘାଟିରେ ତିନିବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ନୂତନ ପୋଲ ନିର୍ମାଣରେ ବହୁଦିନ ଧରି ବ୍ରେକ ଲାଗିଥିବା ବେଳେ ତାହା ଏବେ ଗ୍ରାମବାସୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି । କୌଣସି କାରଣରୁ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର ଆଉ ନିର୍ମାଣ ହେଉଥିବା ସ୍ଥାନକୁ ଆସୁନଥିବା ବେଳେ କେବଳ ଜଣେ ଜଗୁଆଳି ହିଁ ସେଠାରେ ପଡିରହିଥିବା ଦେଖା ଯାଉଛି । ପୋଲ ନିର୍ମାଣ ବିଳମ୍ବ ଏବଂ ଅସମ୍ପୂର୍ଣ ଥିବା ବେଳେ ପୋଲରେ ନିର୍ଗତ ହେଉଥିବା ଜଳଧାରା ଆଉ କେନାଲ ମାଧ୍ୟମରେ ଚାଷ ଜମିକୁ ଯାଉନାହିଁ । ଫଳରେ ଦୁଇବର୍ଷ ହେଲା ଗ୍ରାମବାସୀଙ୍କ ଚାଷଜମି ପଡ଼ିଆ ପଡି ଅନେକ ଚାଷୀଙ୍କ ଭାତହାଣ୍ଡି ଉଜୁଡି ଯାଇଛି । ସେହିଭଳି ବିନା କୌଣସି ନୋଟିସରେ ବଳ ପୂର୍ବକ ସମ୍ପୃକ୍ତ ଠିକାଦାର ପ୍ରଦୀପ ସାହୁଙ୍କ ଘର ଭାଙ୍ଗିଥିବା ବେଳେ ପ୍ରଦୀପ ଅନ୍ୟତ୍ର ଅସ୍ଥାୟୀ ଘର କରି ରହୁଥିବା ଅଭିଯୋଗ ହୋଇଛି ।
ସେହିଭଳି ଯେଉଁ ଢଙ୍ଗରେ ପୋଲ ନିର୍ମାଣ ହୋଇଛି ତାହାର ନକ୍ସା ଅନୁସାରେ ଗ୍ରାମର ଅନେକ ଘରଦ୍ୱାର ମଧ୍ୟ ଭାଙ୍ଗିବା ସୁନିଶ୍ଚିତ ବୋଲି ବିଭଗୀୟ ଅଧିକାରୀ କହିଛନ୍ତି । କିନ୍ତୁ ଏଯାଏଁ ସ୍ଥାନୀୟ ବାସିନ୍ଦାଙ୍କ କ୍ଷତି ପୂରଣ ନେଇ ସରକାରୀ ଭାବେ କିଛି ଆଲୋଚନା ହୋଇ ନଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡୁଛି । ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ପରେ ମଧ୍ୟ ଏଯାଏ କୌଣସି ଆଶ୍ୱାସନା ମିଳିନାହିଁ । ଏଭଳି ସମସ୍ୟା ନେଇ ପୁନର୍ବାର ଗ୍ରାମବାସୀ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲିକଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ବିଧାୟକ ଶ୍ରୀ ମଲିଜ ତୁରନ୍ତ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇ ନିଜେ ବିଧାୟକ ଅଧିକାରୀ ଙ୍କୁ ନେଇ ଗାଡିଆପଡା ପୋଲ ନିର୍ମାଣ ସ୍ଥାନକୁ ଯାଇ ସ୍ଥିତି ଦେଖିବା ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ସ୍ଥାନୀୟ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ଓ କ୍ଷତି ପୂରଣ ସହ ପୋଲ ନିର୍ମାଣ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । ବିଧାୟକ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ନିଶ୍ଚିତ କିଛି ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ଆଶା ପୋଷଣ କରିଛନ୍ତି । ଏହି ଗ୍ରସ୍ତ ବେଳେ ଖଜୁରୀପଡା ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ, ସଭାପତି ଶ୍ରୀ ରଞ୍ଜନ କୁମାର କହଁର, ଯୁବ ନେତା ରାଇକିଶ୍ୱର ପ୍ରଧାନ, ଜଗନ୍ନାଥ ସାହୁ,ବିଶ୍ୱନାଥ ବେହେରା, ବିକ୍ରମ ସେନ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।