Hot Posts

6/recent/ticker-posts

Axis bank କୋରାପୁଟ ଶାଖା ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

କୋରାପୁଟ, ୧୭ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଜି Axis bank କୋରାପୁଟ ଶାଖାର ସମସ୍ତ କର୍ମଚାରୀ ସମାଜର ମଙ୍ଗଳ ସକାଶେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇ ବ୍ଯାଙ୍କ ସମ୍ମୁଖରେ ରାସ୍ତା ପାର୍ଶ୍ୱରେ ଖାଲିଥିବା ଜାଗାରେ ୩୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରି ସମାଜ କୁ ସବୁଜ ସଂକେତ ଦେଇଛନ୍ତି । ସୁସ୍ଥ ପରିବେଶ, ସହ କୋରାପୁଟର ସୌନ୍ଦର୍ଯ୍ୟ କରଣକୁ ଦୃଷ୍ଟିରେ ରଖି ଓ ଆଜିର ଯାନ, ବାହାନ ଦ୍ଵାରା ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ କିପରି ଆଗକୁ ହେବ ସେଥି ପାଇଁ ଏହି ପଦକ୍ଷେପ ନେଇ ସମସ୍ତଙ୍କ ନିକଟରେ ଏକ ଉଦାହରଣ ପାଲଟିଛନ୍ତି ଏକ୍ସିଶ ବ୍ୟାଙ୍କ କର୍ମଚାରୀ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ୟାଙ୍କର ମୂଖ୍ଯ ପରିଚାଳକ ଶ୍ରୀ ଯୁକ୍ତ କାର୍ତ୍ତୀକେଶ୍ଵର ସାହୁ ଓ ଶ୍ରୀଯୁକ୍ତ ରାକେସ ମହାନ୍ତି,ତଥା ବ୍ୟାଙ୍କ ର ଅନ୍ୟ ସମସ୍ତ କର୍ମକର୍ତ୍ତା ବୃକ୍ଷ ରୋପଣ କରିଥିଲେ ।

କୋରାପୁଟରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ,NABADUTA NEWS,