ଡିପି ବେଟମିଣ୍ଟନ ଏକାଡେମୀର ବାଜିମାତ
ଜୟପୁର, ୦୫ / ୦୯ ( ଏ. ଭେଙ୍କଟ ରାଓ ) କୋରାପୁଟ ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟ ବେଟମିନ୍ଟେନ ଖେଳର ୨୫ ଟି ପ୍ରତିଯୋଗିତା ମଧ୍ୟରୁ ଜୟପୁରର ଡିପି ବେଟମିଣ୍ଟେନ ଏକାଡେମୀର ଖେଳାଳି ମାନେ ୧୩ ଟି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି। ଏହି ବିଜୟ ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୈଳେନ୍ଦ୍ର ଚୌଧୁରୀ ଯୁଗ୍ମ ସଚିବ ଓସବା, ରବି ନାୟକ ସଚିବ କେଡିବିଏ, ଭି.ପ୍ରଭାକର ସଭାପତି ଜୟପୁର ଚାମ୍ବର ଅଫ୍ କମର୍ସ,ଆଶିତ ପଟ୍ଟନାୟକ ବିସିସିଆଇ ଲେଭଲ୍ 1 କ୍ରିକେଟ୍ ଅମ୍ପାୟାର, ଗଣେଶ ସାହୁ କେଡିବିଏ, ସନ୍ତୋଷ ବେବର୍ତ୍ତା କେଡିବିଏ ରହିଥିଲେ।୩୫+ ଡବଲ୍ସରେ ବିଜେତା ଏସି.ମୁନର୍ ଏବଂ ସଚିଦାନନ୍ଦ ପରିଡା ୩୫+ ସିଙ୍ଗଲ୍ସ ବିଜେତା ଏସି ମୁନର୍ ୪୦+ ଡବଲ୍ସ ରନର ଦେବଦତ୍ତ ଦାସ ଏବଂ ସୁବାଷ ବେହେରା୪୫+ ସିଙ୍ଗଲ୍ସ ବିଜେତା ସଚିଦାନନ୍ଦ ପରିଡ଼ା ୪୫+ ଡବଲ୍ ବିଜେତା ସୁବ୍ରତ ପାଣୁ ପାଣ୍ଡା ଏବଂ ଅଶୋକ ବେହେରା,୪୫+ ଏକକ ବିଜେତା ସଚିଦାନନ୍ଦ ପରିଡ଼ା ୮୦+ ଡବଲ୍ ବିଜେତା ଅଶିତ ପଟ୍ଟନାୟକ ଏବଂ ସୁରେଶ ୫୫+ ଡବଲ୍ ବିଜେତା ଅଶିତ ପଟ୍ଟନାୟକ ଏବଂ କଳାକର ଓପନ୍ ସିନିୟର ଡବଲ୍ସ ଏସି ମୁନର ଏବଂ ବିସ୍ମୟ ମହାନ୍ତି ବିଜୟୀ ହୋଇ ଡ଼ିପି ଏକାଡେମୀର ନାମକୁ ସର୍ବବିଦିତ କରିଥିବାରୁ ଏହି ସମ୍ଵର୍ଦ୍ଧନା କାର୍ଯ୍ୟକ୍ରମଟି ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ପରିଚାଳନା ଗୌରୀ ପଟ୍ଟନାୟକ କରିଥିଲେ।