Hot Posts

6/recent/ticker-posts

ବିଜାପୁରରେ ଭବ୍ୟ ଭାବରେ ବିଘ୍ନବିନାଶକଙ୍କ ଭସାଣି ଯାତ୍ରା — ଶହଶହ ଲୋକଙ୍କ ସମାଗମ

ଝରିଗାଁ, ୦୫ / ୦୯ ( ପର୍ଶୁରାମ ନାୟକ) : ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ଝରିଗାଁ ବ୍ଳକ ଚାଟିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବିଜାପୁର ଗ୍ରାମରେ ବିଘ୍ନ ବିନାଶକ ଙ୍କ ର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ସାହି ବସ୍ତି ଗଲି କନ୍ଦି ରେ ଗଜାନନ ଙ୍କୁ ପରିକ୍ରମା କରାଯାଇଥିଲା। ମଣ୍ଡପରେ ପୂଜା ପାଉଥିବା ବିଘ୍ନ ବିନାଶକ ଭଶାଣି ଉତ୍ସବ ପାଇଁ ବାହାରି ପଡିଥିଲେ । ନିଜ ନିଜ ସାହି ବସ୍ତିର ପୂଜା କମିଟିର ଯୁବକମାନେ । ପୂଜା କମିଟି ପକ୍ଷରୁ ଶୃଙ୍ଖଲା ର ସହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଗାଁ ପରିକ୍ରମା କରି ପୂଜାର୍ଚନା ପରେ ରାଜାମୁଣ୍ଡାଡେମ ର ପବିତ୍ର ଜଳରେ ବିଘ୍ନ ବିନାଶକ ଙ୍କୁ ବିସର୍ଜନ କରାଯାଇଥିଲା। ବାଜା ବାଜେଣି ଶବ୍ଦରେ ସାରା ଗାଁ ଉଠୁଥିଲା ପଡୁଥିଲା ବେଳେ ନାଚ ଗୀତର ତାଳେ ତାଳେ ଯୁବଗୋଷ୍ଠୀ ମସ୍କୁଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା।
ବିଘ୍ନ ବିନାଶକ ଙ୍କ ଦର୍ଶନ ପାଇଁ ଭିଡ଼ ହୋଇ ଯାଇଥିଲା ଗାଁ ଦାଣ୍ଡ ଆଗରେ ଗଜାନନ ଯାଉଥିବା ବେଳେ ପଛରେ ନାଚ ଗୀତ ଡୋଳ ଶଙ୍ଖ ମହୁରୀ ସାଙ୍ଗକୁ ହୁଳୁ ହୁଳି ଶବ୍ଦରେ କମ୍ପି ଉଠୁଥିଲା । ସାରା ଗାଁ ଉତ୍ସାହ ଓ ଉଦ୍ଧବିପନ୍ନା ସହିତ ବିଘ୍ନ ବିନାଶକ ଙ୍କ ମେଲାଣି ମେଲଣିରେ ସାମିଲ ହୋଇଥିଲେ ଶହଶହ ଲୋକ । ଆୟୋଜକ କମିଟିର ସଦସ୍ୟ ଭାଇମାନେ ଚନ୍ଦ୍ରଶେଖର ନାୟକ, ଗୁଡ଼ୁ ମାଝୀ,ଗଜେନ୍ଦ୍ର ଦାସ, ଦେବ ମାଝୀ, ଲାଭବାନ କମ୍ଭାର, ପର୍ଶୁରାମ ନାୟକ, ଗୌରଙ୍ଗ ମାଝୀ, କର୍ଣ୍ଣ କୁମ୍ଭାର, ଲଲିତ ବିନ୍ଧାଣି . ଧନୁର କୁମ୍ଭାର, ପଦମ ମାଝୀ, ତିଲକ ଚନ୍ଦ ମାଝୀ, ଶଶିକାନ୍ତ ମାଝୀ,ଅର୍ଜୁନ କୁମାର ,ପ୍ରହ୍ଲାଦ ବିନ୍ଧୀଶି, ସୁବାସ ବିନ୍ଧୀଶି,ଜଦୁରାମ ମାଝୀ, ଦୁର୍ଯ୍ୟେ ଧନ ବିନ୍ଧାଣି ସମେତ ସମସ୍ତ ଗ୍ରାମବାସୀ