ଜୟପାଟଣା ପୋଲିସ ତରଫରୁ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ
କଳାହାଣ୍ଡି, ୨୫ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଆଜି ଗୁରୁବାର ସକାଳୁ ବାଣ ଗୋଦାମ ଉପରେ ଚଢାଉ କରିଛି। ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେସିଆଲ ସ୍କୁଆର୍ଡ ସହଯୋଗରେ ସ୍ଥାନୀୟ ପୋଲିସ ଜୟପାଟଣାର ବ୍ୟବସାୟୀ ବଜରଙ୍ଗ ଅଗ୍ରୱାଲଙ୍କ ଗୋଦାମ ଘରେ ଚଢ଼ାଉ କରିଥିବା ବେଳେ ବେଆଇନ ଭାବରେ ରଖିଥିବା ବିପୁଳ ପରିମାଣର ବାଣ ଠାବ କରାଯାଇଛି। ଗତ କିଛିଦିନ ତଳେ ବୌଦ୍ଧର ବାଣ ବିସ୍ଫୋରଣ ସାରା ରାଜ୍ୟରେ ଚହଳ ପକାଇଥିଲା। ଏବେ ପାର୍ବଣ ଋତୁ ଚାଲିଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି। ତେବେ କେଉଁଠାରୁ ଏସବୁ ବାଣ ଆସିଥିଲା ଏବଂ ଏହି ବାଣ ସାମଗ୍ରୀର କାଗଜପତ୍ର ରହିଛି କି ନାହିଁ ତାହାର ତଦନ୍ତ ଚାଲିଥିବା ସୁଚନା ମିଳିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ