Hot Posts

6/recent/ticker-posts

କୋଶଳ ଭାଷା ମାନ୍ୟତା ପାଇଁ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଙ୍କ କୁଶ ପୁତ୍ତଳିକା କୁ ଦାହ

ବରଗଡ଼, ୨୫ / ୦୯ ( ଭାଗିରଥି ଭୋଇ ) : ଏମିତି କୋଶଳ ଭାଷା ପ୍ରତି କାହିଁକି ମାନ୍ୟତା ଦିଆଯାଉନାହିଁ ସେ ଉପରେ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ସଂସ୍କୃତି ମନ୍ତ୍ରୀଙ୍କ କୁସପୁତ୍ତଲିକା ଦାହ କଲେ ବରଗଡ଼ କୋଶଲ ପ୍ରେମୀ | ତେଣୁ ବରଗଡ଼ ଗାନ୍ଧୀଛକରେ କୋଶଲ ପ୍ରେମୀ ସୁଶାନ୍ତ ମିଶ୍ରଙ୍କ ସହ ଅନେକ କୋଶଲ ପ୍ରେମୀ ମାନେ ସଂସ୍କୃତି ମନ୍ତ୍ରୀଙ୍କ କୁସପୁତ୍ତଲିକା ଦାହ କରିଛନ୍ତି | ବିଧାନସଭାରେ ମଧ୍ୟ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କୋଶଲି ଭାଷାକୁ ମାନ୍ୟତା ଦିଆଯିବ ନାହିଁ ବୋଲି ମନ୍ତବ୍ୟ ରଖିଥିବା ବେଳେ ଏହି ମନ୍ତବ୍ୟକୁ ବିରୋଧ କରି କୁଶପୁତ୍ତଳିକା ଦାହ କରିବା ସହ ପଶ୍ଚିମ ଓଡିଶାରେ ମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ପଶ୍ଚିମ ଓଡିଶା ବାସୀ ଜଣାଇଛନ୍ତି | ଆଗାମୀ ଦିନରେ ଯଦି କୋଶଳ ଭାଷା ର ମାନ୍ୟତା ନହେଲେ ଏହାକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୋଶଳ ପ୍ରେମୀ ଚେତାବନୀ ଦେଇଛନ୍ତି |

  ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ