Hot Posts

6/recent/ticker-posts

ବିବାହିତା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଠକିଦେଲେ ଘରୋଇ କଲେଜର ଅଧ୍ୟକ୍ଷ

କଳାହାଣ୍ଡି, ୨୫ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦୀର୍ଘ ଏକ ବର୍ଷରୁ ଅଧିକ ହେବ ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ବର୍ତମାନ ଅଭିଯୁକ୍ତ ଯିଏ ଏକ ଘରୋଇ କଲେଜର ଅଧ୍ୟକ୍ଷ ସେ ମହିଳାଙ୍କୁ ଛାଡ଼ିଦେଇ କେଉଁ ଆଡେ ଫେରାର ହୋଇଯାଇଛନ୍ତି. ପୀଡିତା ମହିଳା ଙ୍କ ଅଭିଯୋଗ ଅନୁସାରେ ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ଲଖିରାମ ଅଗ୍ରୱାଲ କଲେଜର ଅଧ୍ୟକ୍ଷ ଗତ ଏକ ବର୍ଷ ତଳେ ପୀଡ଼ିତାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଠାରୁ ଛଡାଇ ଆଣି ଭବାନୀପାଟଣାର ଏକ ଭଡଘରେ ରଖି ଶାରୀରିକ ଶୋଷଣ କରୁଥିଲେ. ହେଲେ ଗତ କିଛି ଦିନ ତଳେ ସମ୍ପୃକ୍ତ ପ୍ରିନସିପାଲ ତାଙ୍କର କିଛି ସହଯୋଗୀ ମାନଙ୍କ ସହିତ ପୀଡ଼ିତାଙ୍କୁ ବାହାର କୁ ବୁଲିଯିବା କହି ଭୁଲେଇ କରି ତାଙ୍କ ପୁର୍ବ ସ୍ୱାମୀ ଙ୍କ ଗାଁ ରେ ଛାଡି ଚାଲିଗଲେ ଓ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଲେ. ଏପଟେ ପୀଡିତା ଜଣକ କୋଉ କୁଳର ନ ହୋଇ ଶେଷରେ ଗତ 9 ତାରିଖ ଦିନ ଜୟପାଟଣା ଥାନାରେ ଅଭିଯୁକ୍ତ ପ୍ରିନ୍ସପାଲ ଓ ତାଙ୍କର ସହଯୋଗୀ ମାନଙ୍କ ବିରୁଦ୍ଧରେ କେସ ଦାଏର କଲେ. ଜୟପାଟଣା ଥାନା କେସ ନଂ 206/2025 ଦଫା 69,49,351(2) BNS ରେ ଉକ୍ତ କେସ ପଞ୍ଜିକରଣ ହେତୁ ବର୍ତମାନ ଅଭିଯୁକ୍ତ ମାନେ ଆଗୁଆ ଜାମିନ ପାଇଁ ଓଡିଶା ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି. ତେଵେ ଦୁଃଖର କଥା କେସ ରୁଜ୍ଜୁ ହେବାର ପନ୍ଦର ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବାରୁ ପୀଡିତା ଅଭିଯୁକ୍ତ ମାନଂକୁ ତୁରନ୍ତ ଗିରଫ ନ କଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବି ବୋଲି ଗଣ ମାଧ୍ୟମକୁ କହିଛନ୍ତି. ଏହି ଘଟଣାରେ ଉଭୟ ବିବାହିତ ଓ ଆତ୍ମୀୟ ସମର୍କୀୟ. ମୁଖ୍ୟ ଅଭିଯୁକ୍ତ ନିର୍ମଳ ଚନ୍ଦ୍ର ନାଏକ ଏକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ହୋଇ ଏଭଳି ଅସାମାଜିକ କାମରେ ଲିପ୍ତ ରହିବା ଉଭୟ ପରିବାର ପାଇଁ ଏକ ଲଜ୍ଜାର ବିଷୟ ହୋଇଛି. ଏହି କେସ ଉପରେ ଜୟପାଟଣା ପୋଲିସ ତଦନ୍ତ ରେ ତତ୍ପରତା ପ୍ରକାଶ ନ କରୁଥିବାରୁ ନ୍ୟାୟ ନ ମିଳିଲେ ଏସପି ଅଫିସ ସମ୍ମୁଖରେ ଗଣ ଧାରଣା ଦେବୁ ବୋଲି ପୀଡିତ ପରିବାର ତରଫରୁ ପ୍ରକାଶ କରିଛନ୍ତି. ଏ ବିଷୟ ବର୍ତମାନ ଅଂଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି.


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ