୧୫ କିଗ୍ରା ଗଞ୍ଜେଇ ଜବତ ଦୁଇ ଗିରଫ
ସିନାପାଲି, ୨୦ / ୦୯ (ଶୋଭା ରାମ ମହାନନ୍ଦ) : ନୂଆପଡା ଜିଲ୍ଲା ପ୍ରଶାସନଙ୍କ "ଅପରେସନ ସଂସ୍କାର" ଓ ରାଜ୍ୟ ଅବକାଶ ପ୍ରଶାସନଙ୍କ "ଅପରେସନ ପ୍ରହର" ଅଧୀନରେ ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଖଇରା- ପଲସଦା ବ୍ରିଜ ନିକଟରେ ୧୫ କିଗ୍ରା ଗଞ୍ଜେଇ ଚାଳନା କରିବା ସକାଶେ ଦୁଇ ଜଣ ଅଟକି ଥିବାର ଖବର ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୂଚନା ପ୍ରକାରେ ଅବକାରୀ ଓଆଇସି ସିଦ୍ଧାନ୍ତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲେ। ଅବୈଧ ଭାବରେ ଗଞ୍ଜେଇ(କ୍ୟାନାବିସ) ରଖାରଖି ଓ ପରିବହନ କରୁଥିବାରୁ ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାର ଦୁଇ ଅଭିଯୁକ୍ତ ଶୁଭମ୍ ପଟେଲ(୨୭) ଓ ଉଦୟ କୁଶ ୱାହା(୨୦) ଙ୍କୁ ଗିରଫ କରାଯାଇ ସିନାପାଲି ଅବକାଶ ଷ୍ଟେସନ ପି. ଆର ୧୭୪/୨୫ ଏକ ମାମଲା ରୁଜୁ କରାଯାଇଛି। ଉଭୟଙ୍କୁ ଅବୈଧ ଗଞ୍ଜେଇ(କ୍ୟାନବିସ) ରଖାରଖି ଓ ପରିବହନ କରୁଥିବା ରୁ ନାର୍କୋଟିକ୍ସ ଡ୍ରଗ ଏବଂ ସାଇକୋଟ୍ରପିକ ସବଷ୍ଟାନସେସ ଆଇନ ୧୯୮୫ର ଧାରା ୨୦(ବି)(ii)(ବି) ଅନୁସାରେ ଗିରଫ କରାଯାଇ କୋର୍ଟ ଚାଳନା କରାଯାଇଥିବା ଓଆଇସି ସିଦ୍ଧାନ୍ତ ପାତ୍ର କହିଛନ୍ତି। ଏହି ଚଢ଼ାଉରେ ବିଭାଗୀୟ ଚାରି ଜଣ କର୍ମଚାରୀ ସାମିଲ ଥିବା ଜଣା ଯାଏ।