ଦେକୁଳବା ଆର ଇ ଅଫିସରେ ଚାଷୀମାନେ ତାଲା ପକାଇଲେ
ବରଗଡ଼, ୨୦ / ୦୯ ( ଭାଗିରଥି ଭୋଇ ) : ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ନ ହେବାରୁ ଦେକୁଳବା ଆର ଇ ଅଫିସରେ ଚାଷୀମାନେ ତାଲା ପକାଇ ଧାରଣା ରେ ବସିଲେ। ଏଠାରେ ପ୍ରକାଶ ଥାଉକି ଚଳିତ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ଚାଷୀମାନଙ୍କ ଜମି ଜୁଲାଇ 18 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 20 ତାରିଖରେ ଚାଲିଥିଲା। ପରେ ଆନ୍ଦୋଳନ ହେବାରୁ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏବଂ 30 ତାରିଖ ପର୍ଯ୍ୟନ୍ତ ଯେଉଁମାନେ କାଗଜପତ୍ର ଦେଇଥିବେ ସେମାନଙ୍କ ଡକୋମେଣ୍ଡେସନ 30 ସୁଦ୍ଧା ହେବ ବୋଲି ଚିଠି କରାଯଇଥିଲା। ହେଲେ ନେଟ ବନ୍ଦ କରିଦେବା କାରଣରୁ ଭେଡେନ ବ୍ଲକ ରେମଣ୍ଡା ସୋସାଇଟି ରେ 500 ରୁ ଉର୍ଦ୍ଧ୍ୱ ଚାଷି ସମସ୍ତ ଆବଶ୍ୟକ କାଗଜପତ୍ର ଦେଇଥିଲେ ସୁଦ୍ଧା ପଞ୍ଜିକରଣ ହୋଇ ପାଲେନାହିଁ। ବାରମ୍ବାର ଅପାତି ଅଭିଯୋଗ କଲେ ମଧ୍ୟ ଯୋଗ୍ୟ ଚାଷି ନିଶ୍ଚିତ ପଞ୍ଜିକରଣ କରିପାରିବେ ଛଡା ଅନ୍ୟ କୌଣସି ଉତ୍ତର ନାହିଁ। ତେଣୁ ଆଜି ସହରାଟିକିରା ମଣ୍ଡିର ଚାଷୀମାନେ ଅନିର୍ଦ୍ଧିଷ୍ଟ କାଳପାଇଁ ଆର ଇ ଅଫିସ ରେ ତାଲା ଦେଲେ।
ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ