Hot Posts

6/recent/ticker-posts

ଛାତ୍ରଙ୍କ ଆଖିରେ ସହପାଠୀ ଫେଭିକୁଇକ ଲଗାଇବା ଘଟଣା , ପ୍ରଧାନଶିକ୍ଷକ ନିଲମ୍ବିତ

କନ୍ଧମାଳ, ୧୪/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେଭିକୁଇକ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲ୍ଲାପାଳ ବେଦ ଭୂଷଣ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି । କାର୍ଯ୍ୟରେ ଅବହେଳା ବିଦ୍ୟାଳୟରେ ରହୁ ନ ଥିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ଗୁରୁବାର ରାତି ସମୟରେ ସମସ୍ତେ ଖାଇ ଶୋଇଥିବା ବେଳେ କିଛି ସହପାଠୀ ଛାତ୍ର ୪ର୍ଥ ଓ ୫ମରେ ପଢ଼ୁଥିବା ୮ ଛାତ୍ରଙ୍କ ଆଖିରେ ଫେଭିକୁଇକ ଲଗାଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡ଼ିକାଲକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଭଲ ନ ଥିବା ଜଣାପଡିଛି ଏବଂ ସମସ୍ତଙ୍କର ଚିକିତ୍ସା ଜାରି ରହିଚି ।