ମାଣ୍ଡିଆ ଉତ୍ପାଦକ ବଢ଼ାଇବା ପାଇଁ ସେୟାର ଅନୁଷ୍ଠାନର ପ୍ରୟାସ ରାଜ୍ୟସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ
କନ୍ଧମାଳ, ୧୪/୯ (ଅଚ୍ୟୁତ ଜାନୀ) : ସରକାର ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ସହିତ ଉତ୍ପାଦନ ବଢାଇ ଗୁରୁତ୍ଵ ଦେଉଛନ୍ତି । ଏହି ପରି ପ୍ରେକ୍ଷୀରେ ମାଣ୍ଡିଆ ଉତ୍ପାଦକ ବଢାଇବା ପାଇଁ ସେୟାର ଅନୁଷ୍ଠାନର ବ୍ୟାପକ ପ୍ରୟାସ କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ପାଇଁ କନ୍ଧମାଳ ଜିଲ୍ଲାରେ ଶ୍ରୀ ଅନ୍ନ ଅଭିଯାନ କାଯ୍ୟକାରୀ ହେଉଅଛି । କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକରେ ମଧ୍ୟ ସ୍ଵେଛାସେବୀ ଅନୁଷ୍ଠାନ ସେୟାର ଓ ଜିଲ୍ଲା କୃଷି ବିଭାଗଙ୍କ ମିଳିତ ସହାୟତାରେ ଏହି ମାଣ୍ଡିଆ ଚାଷ ଜାରି ରହିଛି । ଶୁକ୍ରବାର ଦିନ ରାଜ୍ୟରୁ କୃଷି ବିଭାଗ ଜେଡିଓ ଅରୁଣ କୁମାର ବେହେରା ,ସିଡିଏଓ ଚିତ୍ତ ରଞ୍ଜନ ଶତପଥୀ ,ଡିଡିଏଚ ସୁନିତା ମହାନ୍ତି ,ବିଏଓ ରଶ୍ମିତା କୁମାରୀ ସ୍ୱାଇଁ ,ଏଏଓ ମମତା ମହାନ୍ତି ,ସେୟାର ନିର୍ଦ୍ଧେଶକ କରାମତ ଅଲ୍ଲୀ ଖାଁ,ବିଶି, ଏବିବିସ, ସିଓ ଆସି ବଲସକୁମ୍ପା, ଆର ନୂଆଗାଁ, ଗୁଦାରି ସମେତ ୩ଟି ପଞ୍ଚାୟତରେ ଚାଷ ଗୁଡିକ ବୁଲି ଦେଖିଥିଲେ । ତଦ୍ ସହିତ ଚାଷରେ କିପରି କୃଷି ଯନ୍ତ୍ରପାତି ବ୍ୟବହୃତ ହେବ ସେ ବିଷୟରେ ଚାଷୀ ମାନଙ୍କୁ ଡେମୋ ଦେଖାଇଥିଲେ । ଏଥିରେ ସେୟାର ଅନୁଷ୍ଠାନର ସିଆରସି ବୈଳଚନ ମଲିକ, ଦିବ୍ୟଜ୍ୟୋତି ବେହେରା, ପ୍ରିୟଙ୍କା ସେଠୀ, ମହେଶ୍ୱର ବଗର୍ତ୍ତୀ, କରୁଣାକର ଦେହୁରୀ,କମଳ ବେହେରା, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।