Hot Posts

6/recent/ticker-posts

ମୁଖ୍ୟମନ୍ତ୍ରୀଙ୍କୁ 'ପଛୁଆ ବର୍ଗ ଉନ୍ନୟନ ପରିଷଦ ବୈପାରି ଗୁଡ଼ା ଶାଖା ' ତରଫରୁ ୧୦ ଦଫା ଦାବି ପତ୍ର ପ୍ରଦାନ ।

କୋରାପୁଟ, ୨୫ / ୦୯ ( ସୁରେନ୍ଦ୍ର ଖୋସ୍ଲା ) : ଗତକାଲି କୋରାପୁଟ ଜିଲ୍ଲା ପଛୁଆବର୍ଗ ଉନ୍ନୟନ ପରିଷଦ ବୈପାରିଗୁଡ଼ା ଶାଖା ତରଫରୁ ନିମ୍ନ ଲିଖିତ ୧୦ ଦଫା ଦାବି ପତ୍ର ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । 
୧) ପଛୁଆ ବର୍ଗ ଜମିହୀନ ପରିବାରଙ୍କୁ ସରକାର ଘର ଢ଼ିଅ ଓ ଚାଷ ଜମିର ପଟ୍ଟା ଯୋଗାଇ ଦିଅନ୍ତୁ ।
 ୨) ପଛୁଆ ବର୍ଗ ପରିବାରର ପାଠ ପଢା ପୁଅ ଝିଅମାନଙ୍କୁ ମାଗଣାରେ ଶିକ୍ଷା ଓ ସେବାଶ୍ରମରେ ରହିବା ପାଇଁ ସରକାର୍ ସୁଯୋଗ ଦିଅନ୍ତୁ ।
୩) ଜଙ୍ଗଲଲେ ବସବାସ କରୁଥିବା ପଛୁଆ ବର୍ଗ ପରିବାର ମାନଙ୍କର ଦଖଲ ଜମିରେ ଫରେଷ୍ଟ ବିଭାଗ ଗଛ ଲଗାଇବା ବନ୍ଦ କରନ୍ତୁ ଏବଂ ଜଙ୍ଗଲ ଜମିର ପଟା ତୁରନ୍ତ ଦେବାର ବ୍ୟବସ୍ଥା କରନ୍ତୁ । 
୪) ରାମଗିରି ଠାରେ ବ୍ଲକ କାର୍ଯ୍ୟାଳୟ ସରକାର ଘୋଷଣା କରନ୍ତୁ ।
୫) ଚାକିରୀ କ୍ଷେତ୍ରରେ ରାଜ୍ୟ ଭିତ୍ତିକ ନିଯୁକ୍ତି ତୁରନ୍ତ ବନ୍ଦ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ଘୋଷଣା କରନ୍ତୁ ।
୬) ଧାନ, ମାଣ୍ଡିଆ ବିକ୍ରି ସ୍ତରରେ ଭୁବନେଶ୍ବର ଠାରୁ ଟୋକେନ୍ ଦେବା ବନ୍ଦ କରି ଜିଲ୍ଲା ଭିତ୍ତିକ ଟୋକେନ୍ ଦେବା ତୁରନ୍ତ ଘୋଷଣା କରନ୍ତୁ ।
୬) ରାଜନୀତି କ୍ଷେତ୍ରରେ ପଛୁଆ ବର୍ଗ ପ୍ରତିନିଧି ମାନଙ୍କୁ ପ୍ରତ୍ୟେକ ସ୍ତରରେ ପ୍ରତିଦ୍ବନ୍ଦିତା କରିବାକୁ ସୁଯୋଗ ଦିଆଯାଉ ।
୮) ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ପରିବାରବୃନ୍ଦଙ୍କ ବର୍ତ୍ତମାନ ପରିସ୍ଥିତି କି ଭଳି ଭାବେ ବିଭିନ୍ନ ସ୍ଥାରେ ଅଛନ୍ତି ତା ନିମନ୍ତେ ତଦନ୍ତ କମିଶନ ଗଠନ କରାଯାଉ ।
୯) ପଛୁଆ ବର୍ଗ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ସୁଯୋଗ ଦିଆଯାଉ ।
୧୦) ୧୯୩୬ ମସିହାରେ ବ୍ରିଟିଶ ଙ୍କ ନିର୍ମିତ ପାତ୍ରପୁଟ ନିକଟସ୍ଥ ଲୌହ ବ୍ରିଜ ତଦନ୍ତ ପୂର୍ବକ ମରାମତି କରାଯାଉ ।
ହରିହର ନାୟକ( କୋରାପୁଟ ଜିଲ୍ଲା ପଛୁଆବର୍ଗ ସଭାପତି )ଜିନୁଦୋରା (ବୈପାରି ଗୁଡ଼ା ବ୍ଲକ ପଛୁଆବର୍ଗ ସଭାପତି),ଶ୍ୟାମମାଳି
(ବୈପାରିଗୁଡା ବ୍ଲକଉପସଭାପତି ) ଓ ଅନ୍ୟ କର୍ମ କର୍ତ୍ତା ଓ ବରିଷ୍ଠ ସଭ୍ୟ ମାନେ ଜିଲ୍ଲା ପାଳ କାର୍ଯ୍ୟାଳୟ କୁ ଯାଇ, ମୁଖ୍ୟ ମନ୍ତ୍ରୀ ଓଡ଼ିଶା ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର କୋରାପୁଟ ଜିଲ୍ଲାପାଳଙ୍କୁ ଦେଇଥିଲେ ।
କୋରାପୁଟରୁ ସୁରେନ୍ଦ୍ର ଖୋସ୍ଲାଙ୍କ ରିପୋର୍ଟ, NABADUTA NEWS