ବରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ଚୋରି ଘଟଣା ର ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି
ବରଗଡ଼, ୨୫ / ୦୯ ( ଭାଗିରଥି ଭୋଇ ) : ଗତ କିଛି ଦିନ ହେଲା, ବରଗଡ଼ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ ପରିସରରୁ ପ୍ରାୟ ୧୯ କୋଟିରୁ ଉର୍ଦ୍ଧ ଟଙ୍କାର ନିର୍ମାଣ ହୋଇଥିଲା ହେଲେ ଜଟିଳ ରୋଗ ଚିକିତ୍ସା କେନ୍ଦ୍ରରୁ ବହୁ ଆଧୁନିକ ଯନ୍ତ୍ରପାତି ସହିତ, ସେଣ୍ଟ୍ରାଲ ଏସି, ପାଣି ଟେପ, ୱାଟର ଫିଲଟର, ଇଲେଟ୍ରୋନିକ ଯନ୍ତ୍ରପାତି, ରୋଗୀ ଚିକିତ୍ସା ପାଈଁ ଆସିଥିବା ଆଧୁନିକ ଯନ୍ତ୍ରପାତି ଚୋରୀ ଘଟଣା ର ତଦନ୍ତ ଦାବୀ କରି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବୀ ପତ୍ର ଦେଇଛି ଆମ୍ ଆଦମୀ ପାର୍ଟି। ଗତବର୍ଷ ଅକ୍ଟବର ମାସରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଏହି କ୍ରିଟିକାଲ କେୟାର ୟୁନିଟ ଉଦଘାଟନ କରାଯାଇଥିଲା l ହେଲେ ଲୋକେ ବହୁତ ଆଶା ବାନ୍ଧିଥିଲେ ଯେ ଏଠାରେ ଉନ୍ନତ ମାନର ଚିକିତ୍ସା ମିଳିବ ବୋଲି ମାତ୍ର ଉଦ୍ଘାଟନ ହେବାକୁ ବର୍ଷେ ପୂରିବାକୁ ବସିଲାଣି ହେଲେ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ମାତ୍ର ଚିକିତ୍ସାରେ ରହିଥିବା ବହୁ ଆଧୁନିକ ଯନ୍ତ୍ରପାତି ଓ ବହୁମୂଲ୍ୟବାନ ସାମଗ୍ରୀ ଚୋରୀ ହେବା ଘଟଣା ଗଣମାଧ୍ୟମ ରେ ପ୍ରକାଶିତ ହେଲା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଚିକିତ୍ସାଲୟରେ ବହୁ ସୁରକ୍ଷାକର୍ମୀ, ଦୁଇଜଣ ମେନେଜର ଓ ଗୋଟିଏ ପୋଲିସ ଫାଣ୍ଡି ରହିଅଛି ହେଲେ କେହି ମଧ୍ୟ ଚୋର ଓ ଚୋରି ହୋଇଥିବା ସାମଗ୍ରୀ ବିଷୟରେ କିଛି ସୂଚନା ନପାଇବା ସନ୍ଦେହ ସୃଷ୍ଟି ହେଉଛି। ଏଣୁ ଏହି ଘଟଣାର ତଦନ୍ତ କରି ଦୋଷୀ ମାନଙ୍କୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି। ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲ୍ଲା ସଭାନେତ୍ରୀ ମରୀୟମ ବାର୍ଲା, କାର୍ଯ୍ୟ କାରିଣୀ ସଦସ୍ୟ ଅସିତ ସାହୁ, ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନହେଲେ ବରଗଡ଼ ରେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ