Hot Posts

6/recent/ticker-posts

ମିଶନ ଶକ୍ତି CSS ମାନଙ୍କର ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବି ନେଇ ଜୟପୁର ବ୍ଲକ୍ ସମ୍ମୁଖରେ ଧାରଣା ।

କୋରାପୁଟ, ୨୫ / ୦୯ ( ମୋନଜ୍ କୁମାର ସୁନା ) : ଓଡ଼ିଶାର ଅନେକ ଜିଲ୍ଲା ଭଳି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରେ ମଧ୍ୟ କାର୍ଯ୍ୟ ରତ ରହିଥିବା ମିଶନ ଶକ୍ତି ବିଭାଗର CSS ମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବିକୁ ପୂରଣ କରିବା ନେଇ ସରକାରଙ୍କ ଉଦ୍ଦେଶ୍ୟରେ ଜୟପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଥିବା ଦେଖାଦେଇଛି ।
  ସେମାନଙ୍କର ଦାବି ଗୁଡ଼ିକ ହେଲା :-
 ୧- ପୂର୍ବ ଭଳି ସ୍ଥାୟୀ ଦରମା ଦିଆଯାଉ । 
୨-ସ୍ଥାୟୀ ନିଯୁକ୍ତି ଦିଆଯାଉ ।
୩- Acount pay କରାଯାଉ ।
୪-ପ୍ରୋପମାନସ୍ ବୋନସ ପ୍ରୋତ୍ସାହନ ବନ୍ଦ୍  
    କରାଯାଉ ।
୫- ୦୬ ମାସର ବକେୟା ରାଶି ଦିଆଯାଉ ।
୬- କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ   
     ଦିଆଯାଉ ।
୭- ରେଭେନ୍ୟୁ ଭିଲେଜ ପ୍ରୋତ୍ସାହନ ବନ୍ଦ୍ 
     କରାଯାଉ ।


ଏସମସ୍ତ ଦାବି ପୂରଣ ନିମନ୍ତେ ମିଶନ ଶକ୍ତି CSS ମାନେ ଗଣ ଧାରଣା ଦେଇଛନ୍ତି ।
ବାକି ଦେଖିବାକୁ ରହିଲା ଏହି ସରକାର୍ ଏହି ଧାରଣା କୁ କିପ୍ରକାର ଗୁରୁତ୍ଵ ଦେଇ ବିଚାର କୁ ନେଉଛନ୍ତି ।  
 ମୋନଜ୍ କୁମାର ସୁନା ଙ୍କ ରିପୋର୍ଟ
NABADUTA NEWS