Hot Posts

6/recent/ticker-posts

ବିଜାପୁରରେ ସିଦ୍ଧି ବିନାୟକ ଗଣେଶ ପୂଜାରେ ଧମାକା ଡ୍ୟାନ୍ସ–ସଂଗୀତ କାର୍ଯ୍ୟକ୍ରମ

ଝରିଗାଁ ୦୩/୦୯ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚାଟିଗୁଡା ପଞ୍ଚାୟତ ଅନ୍ତର୍ଗତ ବିଜାପୁର ଗ୍ରାମର ସିଦ୍ଧି ବିନାୟକ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ମନୋରଞ୍ଜନ ସାଂସ୍କୃତିକ ରଙ୍ଗମଞ୍ଚ ‘ଡ୍ୟାନ୍ସ’ ଏବଂ ‘ସଂଗୀତ’ ଧମାକା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହାକୁ ସିଦ୍ଧି ବିନାୟକ ଗଣେଶ ପୂଜା କମିଟିର ଯୁବକ ଭାଇମାନଙ୍କର ପ୍ରଚେଷ୍ଟା ଯୋଗୁଁ ପ୍ରଥମ ସଂଧ୍ୟାରେ ବିଭିନ୍ନ ପ୍ରକାର ଭଜନ ସ‌ହ ସମ୍ବଲପୁରୀ,ହିନ୍ଦୀ ସଂଗୀତରେ ନୃତ୍ୟ ପରିବେଷଣ କରିବା ସହ ସଂଗୀତ ପ୍ରତିଯୋଗିତାରେ ବିଭିନ୍ନ ଗ୍ରାମରୁ ଆସିଥିବା କଳାକାରମାନଙ୍କ ସହ ବିଜାପୁର ଗ୍ରାମର ଅଧିକାଂଶ କଳାକାର ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଯଥା ଚନ୍ଦାହାଣ୍ଡି,ଜଟାବାଲମୁଣ୍ଡାଗୁଡ଼ା,ଚରାମୂଳି,ବକଡାବେଡା,ତେଲକନାଡ଼ି, ଆମପାଣି ଇତ୍ୟାଦି ଗାଁରୁ ନୃତ୍ୟ ପରିବେଷଣ କରିବା ପାଇଁ ଆସିଥିଲେ। ମଞ୍ଚ ପରିଚାଳନାକୁ ସୂଚାର ରୃପେ ଖଗପତି ମାଝୀ ଓ ଲକ୍ଷ୍ମୀନାଥ ମାଝୀ ସଂପାଦନ କରିଥିଲେ। ଏହି ନୃତ୍ୟ ପ୍ରତିଯୋଗିତା ପରିବେଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଚନ୍ଦାହାଣ୍ଡି ନୃତ୍ୟ ଦଳ ତତ୍ ସହ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା ଜଟାବାଲ ମୁଣ୍ଡାଗୁଡ଼ା ଏବଂ ପରିଶେଷରେ ତୃତୀୟ ସ୍ଥାନ ଅଧିକାର ଭାବେ ଚରାମୂଲାକୁ ବିବେଚିତ କରାଯାଇଥିଲା। ମୁଣ୍ଡିଗୁଡ଼ା ଦଳ ମଞ୍ଚକୁ ଦୋହଲାଇ ଦେଇ ଦର୍ଶକ ମାନଙ୍କୁ ଉତ୍ତମ ନୃତ୍ୟ ପ୍ରଦର୍ଶନ କରି ଆକର୍ଷିତ କରିଥିଲେ।
ଗୀତରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଭୀମ ପନକା, ଦିତୀୟ ସ୍ଥାନ ସୁମିତ୍ ଏବଂ ସୁରିଆ। ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ ହୃଷୀକେଶ ଡ଼ଙ୍ଗରି ,ଚକ୍ରଧର ଅମାନାତ୍ୟ,ମକରଧ୍ବଜ ଭତ୍ରା ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ମୁଖ୍ୟ ଅତିଥି ବିଜେପି ମଣ୍ଡଳ ସଭାପତି ଭୁଜବଳ ଗୈଡ଼, ସମ୍ମାନିତ ଅତିଥି ଭାବେ ଚାଟିଗୁଡ଼ା ପଞ୍ଚାୟତର ପୂର୍ବତନ ସରପଂଚ ଶ୍ରୀମତୀ ପଦ୍ମନି ନାୟକ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ସିଦ୍ଧି ବିନାୟକ ଗଣେଶ ପୂଜା କମିଟିର ଆୟୋଜକ ସଦସ୍ୟ ଭାଇମାନେ ହେଲେ ଯଥା ଗୁଡୁ ମାଝୀ, ଗଜେନ୍ଦ୍ର ଦାସ, ଚନ୍ଦ୍ରଶେଖର ନାୟକ,ଦେବ ମାଝୀ,ଲାଇବନ କୁମ୍ଭାର,ପର୍ଶୁରାମ ନାୟକ,ଗୈରଙ୍ଗ ମାଝୀ,କର୍ଣ୍ଣ କୁମ୍ଭାର,ଲଳିତ ବିନ୍ଧାଣି,ଧନୁର କୁମ୍ଭାର,ପଦମ ମାଝୀ,କେଶବ ମାଝୀ,ଖଗପତି ବିନ୍ଧାଣି,ଅର୍ଜୁନ କୁମ୍ଭାର,ଶଶିକାନ୍ତ ମାଝୀ, ପ୍ରହ୍ଲାଦ ବିନ୍ଧାଣି,ସୁବାଷ ବିନ୍ଧାଣି,ଜଦୁରାମ ମାଝୀ,ଦୁର୍ଯ୍ୟୋଧନ ବିନ୍ଧାଣି,ତିଲକଚନ୍ଦ ମାଝୀ ଙ୍କ ସମେତ ଉପସ୍ଥିତ ରହି ଡ୍ୟାନ୍ସ ପ୍ରତିଯୋଗିତାକୁ ସଠିକ୍ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗିତାରେ ବିଶେଷ ସହାୟକ ଏବଂ ପରାମର୍ଶଦାତା ମାନେ ହେଲେ ଯଥା ଦୁର୍ଲ୍ଲଭ ମାଝୀ,ସୁତମ ମାଝୀ,ମାୟାଧର ବିନ୍ଧାଣି,ବିଷ୍ଣୁ ନାୟକ,ନରେନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ। ବିଜାପୁର କୋଣ ଅନୁକୋଣର ଲୋକଙ୍କ ସମେତ ଅନ୍ୟାନ୍ୟ ଗାଁର ଲୋକ ଆସି ନୃତ୍ୟ ପ୍ରଦର୍ଶନକୁ ବହୁ ଆନନ୍ଦ ଏବଂ ଉତ୍ସାହର ସହ ଉପଭୋଗ କରିଥିଲେ।